ମେଘୁଆ ପାଗ ଓ ରାଡାର ଉପାଖ୍ୟାନ : ମୋଦିଙ୍କ ସପକ୍ଷରେ ବାହାରିଲେ ବୈଜୟନ୍ତ

ନୂଆଦିଲ୍ଲୀ : ଦୁଇଦିନ ତଳେ ବାଲାକୋଟ ପ୍ରସଙ୍ଗରେ ମୋଦି କହିଥିଲେ ଯେ ମେଘୁଆ ପାଗ ଯୋଗୁଁ ଭାରତୀୟ ବିମାନକୁ ପାକିସ୍ତାନୀ ରାଡାର ଦେଖିପାରିନଥିଲା । ଏହାକୁ ନେଇ ତାଙ୍କୁ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା । କିନ୍ତୁ ମୋଦିଙ୍କ ସପକ୍ଷରେ ବାହାରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ନିଜେ ଜଣେ ପାଇଲଟ ଥିବା ବୈଜୟନ୍ତ ପଣ୍ଡା । ଏକ ଟ୍ଵିଟ କରି ସେ କହିଛନ୍ତି ଯେ ଯାତ୍ରା କରୁଥିବାରୁ ସେ ଏହି ପ୍ରସଙ୍ଗରେ ନିଜର ମତ ରଖିପାରିନଥିଲେ । ସେ ଲେଖିଛନ୍ତି ଯେ ଏ ସଂପର୍କରେ କୌଣସି ବୈଷୟିକ ଜ୍ଞାନ ନଥିବା ଲୋକମାନେ ମୋଦିଙ୍କ ବିରୋଧରେ ଏକ ଅଭିଯାନ ଚଳାଉଛନ୍ତି । ମୋର ୨ ଦଶକ ଧରି  ପାଇଲଟ ଭାବେ ବିମାନ ଚାଳନା  ଅଭିଜ୍ଞତା ସତ୍ତ୍ୱେ ମୁଁ ସେତେଟା ଏ ବିଷୟରେ ନିଶ୍ଚିତ ନଥିଲି, ଏଣୁ ଇଣ୍ଟରନେଟରେ ସର୍ଚ୍ଚ କରି ଏହା ଜାଣିବାକୁ ପାଇଲି । (ଜଣେ ରାଡାର ବିଶେଷଜ୍ଞଙ୍କ ଉକ୍ତିକୁ ଉଦ୍ଧାର କରି ସେ ଦର୍ଶାଇଛନ୍ତି ଯେ ପ୍ରତିକୂଳ ପାଗ ରାଡାରଗୁଡ଼ିକର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ । ) କିନ୍ତୁ ବୈଜୟନ୍ତଙ୍କ ଏହି ଟ୍ଵିଟ ପରେ ତାଙ୍କୁ ମଧ୍ୟ ଟ୍ଵିଟରରେ ସମାଲୋଚନା ସହିବାକୁ ପଡିଛି ।

କିଛି ଦିନ ତଳେ ମୋଦୀ ଏକ ସାକ୍ଷାତକାରରେ କହିଥିଲେ ଯେ ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ୍ ଠାରେ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିଲା। ସେତେବେଳେ ପାଣିପାଗ ଅନୁକୂଳ ନଥିବାରୁ ଏହା ଅନ୍ୟ କୌଣସି ତାରିଖରେ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ତେବେ ପ୍ରତିକୂଳ ପାଗ ଏବଂ ବର୍ଷା ଯୋଗୁଁ ପାକିସ୍ତାନ ରାଡାର୍ରେ ଭାରତୀୟ ବାୟୁସେନା ବିମାନ ନଜର ଆସିବ ନାହିଁ ବୋଲି ଭାବି ସେ ସେହି ଦିନ ହିଁ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦେଶ ଦେଇଥିଲେ ବୋଲି ମୋଦୀ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର