ଜୟଶଙ୍କରଙ୍କୁ ପ୍ରଶଂସା କଲେ ଆମେରିକା ବିଦେଶ ନୀତି ବି‌ଶେଷଜ୍ଞ

ୱାସିଂଟନ୍‌: ଭାରତର ନୂଆ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦାୟିତ୍ବ ଗ୍ରହଣ କରିବା ପରଠାରୁ ତାଙ୍କୁ ବିଦେଶରୁ ଶୁଭେଚ୍ଛାର ଶୁଅ ଛୁଟୁଛି। ଏବେ ଆମେରିକାର କିଛି ପୂର୍ବତନ କୂଟନୀତିଜ୍ଞ ଏବଂ ବିଦେଶ ନୀତି ବିଶେ‌ଷଜ୍ଞ ଜୟଶଙ୍କରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇ ସେମାନେ କହିଛନ୍ତି ଜୟଶଙ୍କରଙ୍କ ନେତୃତ୍ବରେ ଭାରତ-ଆମେରିକା ରଣନୀତିକ ସମ୍ପର୍କ ଅଧିକ ସୁଦୃଢ଼ ହେବ । ଜୟଶଙ୍କର ବିଶ୍ବର ଜଣେ ଶ୍ରେଷ୍ଠ କୂଟନୀତିଜ୍ଞ ବୋଲି ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର