‘ଜୟ ଶ୍ରୀରାମ’ ଜବାବରେ ମମତାଙ୍କ ଜୟ ମା’ କାଳୀ

କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ ବିଜେପିର ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌କୁ ନେଇ ଆମେଭୟଭୀତ ହେବାର ପ୍ରଶ୍ନ ଉଠୁନାହି। ଆଜି ଜୟ ହିନ୍ଦ୍ ଏବଂ ‘ଜୟ ମା’ କାଳୀ’ ମାଧ୍ୟମରେ ଏହାର ଜବାବ ଦେବୁ ବୋଲି ସେ କହିଛନ୍ତି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ଆମର ଜୟ ମା କାଳୀ ସ୍ଲୋଗାନରେ ଏବେ ବିଜେପି ଡରି ଯାଇଛି ଏବଂ ବିଜେପି ନେତାମାନେ ଜୟ ମା କାଳୀ କହିବା ଆରମ୍ଭ କରିଛନ୍ତି। ଟିଏମ୍‌ସି ପକ୍ଷରୁ ଜୟ ହିନ୍ଦ୍‌, ଜୟ ବାଂଲା ସ୍ଲୋଗାନ ଲେଖାଥିବା ପୋଷ୍ଟକାର୍ଡ ଏବେ ବିଜେପି ନେତାଙ୍କ ପାଖକୁ ପଠାଯାଉଛି।

ସମ୍ବନ୍ଧିତ ଖବର