ଗୋଆ : ଗୋଆରେ ଆସନ୍ତା ବର୍ଷା ବିଧାନସଭା ନିର୍ବାଚନ ଥିବା ବେଳେ ଏହା ଉପରେ ଟିଏମ୍ସିର ନଜର ରହିଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କର ଆଜିଠାରୁ ୩ ଦିନିଆ ଗୋଆ ଗସ୍ତ ନେଇ ରାଜନୀତି ସରଗରମ ରହିଛି। ମମତାଙ୍କ ଗୋଆ ଗସ୍ତ ପୂର୍ବରୁ ବିଭିନ୍ନ ଅଂଚଳରେ 'ଜୟ ଶ୍ରୀରାମ'ର ହୋର୍ଡିଂ ଦେଖିବାକୁ ମିଳିଛି। ଏ ନେଇ ରାଜ୍ୟ ବିଜେପି ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଛି। ମମତାଙ୍କ ଗସ୍ତ ପୂର୍ବରୁ ଗୋଆରେ ତୃଣମୂଳ କଂଗ୍ରେସର ଅନେକ ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ରାତାରାତି ଏହାକୁ ବଦଳାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକୁ ଟିଏମସି ନିନ୍ଦା କରି ଏହା ବିଜେପିର ଅସହିଷ୍ଣୁତାକୁ ପ୍ରତିଫଳିତ କରୁଛି ବୋଲି କହିଛି । ଗୋଆରେ ବିଜେପି ସରକାର ବିରୋଧରେ ଟିଏମସି ଦ୍ୱାରା ପ୍ରକାଶିତ ୧୦ ପଏଣ୍ଟ ଚାର୍ଜସିଟକୁ ଉଲ୍ଲେଖ କରି ରାଜ୍ୟସଭା ସଂସଦ ଡେରେକ୍ ଓବ୍ରେନ୍ କହିଛନ୍ତି ଯେ ଯଦି ବିଜେପି ତାଙ୍କ ଦଳ ବିରୋଧରେ ଲଢିବାକୁ ଚାହୁଁଛି ତେବେ ଏହା ରାଜନୀତିକ ଦୃଷ୍ଟିରୁ ଲଢ଼ିବା ଉଚିତ ।
ଗୋଆରେ‘ଜୟ ଶ୍ରୀ ରାମ’ ହୋର୍ଡିଂ
/sambad/media/post_attachments/wp-content/uploads/2021/10/sf654h5sf4h89sf47h6sf4h654sfh65sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)