ନୂଆଦିଲ୍ଲୀ: ନିଜର କ୍ଷଣକୋପୀ ସ୍ବଭାବ ପାଇଁ ରାଜ୍ୟସଭାରେ କ୍ଷମା ମାଗି ଚର୍ଚ୍ଚାର ପରିସରକୁ ଆସିଛନ୍ତି ପୂର୍ବତନ ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ବିଦାୟୀ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ। ରାଜ୍ୟସଭାରେ କ୍ଷମା ମାଗିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେସ୍ ପ୍ରଚାରପ୍ରସାର ହୋଇଛି। ଗତକାଲି ରାଜ୍ୟସଭା ସଦସ୍ୟ ଆସନରୁ ଅବସର ନେଉଥିବା ସଦସ୍ୟମାନଙ୍କ ବିଦାୟକାଳୀନ ଅଭିଭାଷଣ ଥିଲା। ଏହି ସମୟରେ ଜୟା ବଚ୍ଚନ ନିଜର ଅଭିଭାଷଣରେ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ କ୍ଷମା ଯାଚନା କରିଛନ୍ତି। ସେ ନିଜର ଅଭିଭାଷଣରେ କହିଛନ୍ତି ଯେ ସେ କ୍ରୋଧୀ ସ୍ବାଭବର ଅଟନ୍ତି। ସାମାନ୍ୟ କଥାରେ କ୍ରୋଧ ପ୍ରକାଶ କରନ୍ତି। ଏହି ପ୍ରକୃତିପାଇଁ ଅନେକଙ୍କୁ କଷ୍ଟ ଦେଇଛନ୍ତି। ଏଥିପାଇଁ ସେ କ୍ଷମା ମାଗୁଛନ୍ତି। କ୍ଷଣକୋପ ତାଙ୍କର ସ୍ବଭାବ ଅଟେ ଏବଂ ତାହା ସେ ବଦଳାଇ ପାରୁନାହାନ୍ତି ବୋଲି କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp