କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ହାଇପ୍ରୋଫାଇଲ୍ ଟାଲିଗଞ୍ଜ ଆସନରେ ତୃଣମୂଳ ପ୍ରାର୍ଥୀ ଅରୂପ ବିଶ୍ବାସଙ୍କ ପାଇଁ ପ୍ରଚାର କରିବାକୁ ଆଜି ଏଠାରେ ଆସି ପହଞ୍ଚିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ଜୟା କହିଛନ୍ତି, ଆମ ଦଳର ନେତା ଅଖିଳେଶ ଯାଦବ ତୃଣମୂଳ ସପକ୍ଷରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ ପ୍ରତି ମୋ ମନରେ ଅତ୍ୟନ୍ତ ପ୍ରେମଭାବ ଏବଂ ସମ୍ମାନ ରହିଛି। ସବୁ ପ୍ରକାର ଅତ୍ୟାଚାର ବିରୋଧରେ ଲଢ଼େଇ କରୁଥିବା ଏକମାତ୍ର ମହିଳା।
ଆଜି ପଶ୍ଚିମବଙ୍ଗରେ ରୋଡ୍ ସୋ କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଜୟାଙ୍କୁ ଟାର୍ଗେଟ୍ କରିଛନ୍ତି। ନଡ୍ଡା କହିଛନ୍ତି, ଜୟା ଉତ୍ତର ପ୍ରଦେଶରୁ ଏଠାକୁ ଆସିଛନ୍ତି ପ୍ରଚାର କରିବାକୁ। ଅବଶ୍ୟ ଗଣତନ୍ତ୍ରରେ ସମସ୍ତଙ୍କ ଏ ଅଧିକାର ଅଛି। ୟୁପି ନିର୍ବାଚନରେ ଜୟାଙ୍କ ଦର୍ଶନ ମିଳିଲା ନାହିଁ। ଅଥଚ ପଶ୍ଚିମବଙ୍ଗକୁ ଆସିଛନ୍ତି। ଏଠାରେ ଆମେ ତାଙ୍କୁ ସ୍ବାଗତ ଜଣାଉଛୁ। ବିଧାନସଭା ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟ ମଧ୍ୟ ଜୟାଙ୍କ ନିର୍ବାଚନ ପ୍ରଚାରକୁ ନେଇ ଟିପ୍ପଣୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fxhfh7fs87h8fs7hfsh4f5s64h56fs456h4fsh54f5s6h46f5s4h56fshfshfshfsh.jpg)
