ଲକ୍ଷ୍ନୌ: ବଲିଉଡ୍ ଅଭିନେତ୍ରୀ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ୫ମ ଥର ପାଇଁ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବପାଲ ଯାଦବ ଉପସ୍ଥିତ ଥିଲେ। ୭୫ ବର୍ଷୀୟା ଜୟା ବଚ୍ଚନ ୨୦୦୪ରୁ ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଆଜି ନାମାଙ୍କନପତ୍ର ସହ ସେ ଦାଖଲ କରିଥିବା ସତ୍ୟପାଠରେ ସ୍ବାମୀ ଅମିତାଭଙ୍କ ସହ ମୋଟ ସମ୍ପତ୍ତିର ମୂଲ୍ୟ ୧୫୭୮ କୋଟି ଟଙ୍କା ଦର୍ଶାଇଛନ୍ତି। ଉଭୟଙ୍କ ମୋଟ ଅସ୍ଥାବର ସମ୍ପତ୍ତି ୮୪୯.୧୧ କୋଟି ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୨୯.୭୭ କୋଟି ଟଙ୍କା। ଜୟାଙ୍କ ବ୍ୟାଙ୍କ ଖାତାରେ ୧୦ କୋଟି ୧୧ ଲକ୍ଷ ଟଙ୍କା ଥିବା ବେଳେ ଅମିତାଭଙ୍କ ବ୍ୟାଙ୍କ ଖାତାରେ ୧୨୦ କୋଟି ୪୫ ଲକ୍ଷ ଟଙ୍କା ରହିଛି। ଜୟାଙ୍କ ଅସ୍ଥାବର ସମ୍ପତ୍ତି ମଧ୍ୟରେ ବ୍ୟକ୍ତିଗତ ଅଳଙ୍କାରର ମୂଲ୍ୟ ୪୦ କୋଟି ୯୭ ଲକ୍ଷ ଟଙ୍କା ରହିଛି। ଅମିତାଭଙ୍କ ନିକଟରେ ୫୪ କୋଟି ୭୭ ଲକ୍ଷ ଟଙ୍କାର ଅଳଙ୍କାର ରହିଥିବା ବେଳେ ଦୁଇଟି ମର୍ସିଡିଜ୍, ଗୋଟିଏ ରେଞ୍ଜ ରୋଭର ସମେତ ୧୬ଟି ବିଳାସପୂର୍ଣ୍ଣ କାର୍ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp