ନୂଆଦିଲ୍ଲୀ: ଅଭିନେତ୍ରୀ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ସମାଜବାଦୀ ପାର୍ଟିର ନେତ୍ରୀ ଓ ତାଙ୍କର ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟ୍ରୋଲ କରିଛନ୍ତି।
ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଆଙ୍ଗୁଳି ଦେଖାଇ କଥା ହେବାକୁ ନେଇ ଜୟା ବଚ୍ଚନଙ୍କ ତୀବ୍ର ନିନ୍ଦା କରାଯାଉଛି।
ସୋସିଆଲ ମିଡିଆ ସାଇଟରେ ଭାଇରାଲ ହେଉଥିବା ଭିଡିଓରେ ସମାଜବାଦୀ ପାର୍ଟିର ସାଂସଦ ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଳି ଉଠାଉଥିବା ଦେଖିବାକୁ ମିଳୁଛି। ଏଥିସହିତ ତାଙ୍କ ଶରୀରର ଭାବ ଓ ଭଙ୍ଗୀକୁ ଦେଖିଲେ ଜୟା ବଚ୍ଚନ ବହୁତ ଜୋରରେ ରାଗି ଯାଇଥିବା ଜଣାପଡ଼ୁଛି। ସଂସଦରେ ସପା ସାଂସଦଙ୍କ ଏଭଳି ଆଚରଣ ଦେଖି ଲୋକେ ସମାଲୋଚନା କରୁଛନ୍ତି।
जैसी पार्टी वैसे ही संस्कार... जया बच्चन जी कम से कम आप पद की तो गरिमा रख लेती.... pic.twitter.com/0kMlVtof2n
— Anuja Kapur (@anujakapurindia) February 12, 2023
ପ୍ରକାଶିତ ରିପୋର୍ଟ ମୁତାବକ, ଭାଇରାଲ ଭିଡିଓ ଫେବ୍ରୁଆରି ୯ ତାରିଖର ବୋଲି କୁହାଯାଉଛି। ଭିଡିଓରେ ଘଟିଥିବା ଘଟଣା ପଛର କାରଣ ହେଉଛି, ସଂସଦରେ ଶିଳ୍ପପତି ଗୌତମ ଅଦାନୀଙ୍କୁ ନେଇ ହଙ୍ଗାମା କରୁଥିବା କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ବେଜେଟ ଅଧୀବେଶନର ପ୍ରକ୍ରିୟା ଚାଲୁଥିବା ସମୟରେ ନିଲମ୍ବନ କରି ଦିଆଯାଇଥିଲା। ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବିରୋଧ କରି କଂଗ୍ରେସ ସାଂସଦଙ୍କ ସମର୍ଥନ କରିଥିଲେ।
ଜୟା ବଚ୍ଚନଙ୍କ କହିବାନୁସାରେ, ‘ରଜନୀଙ୍କୁ କହିବାର ସୁଯୋଗ ଦିଆଗଲା ନାହିଁ। ତେଣୁ ମୁଁ ରାଗି ଯାଇଥିଲି।’
ଜୟାଙ୍କ ଏଭଳି ଆଚରଣ ଦେଖି ବିରୋଧୀ କହିଛନ୍ତି, ‘ଏଭଳି ଶୈଳୀରେ ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କ ସହିତ କଥା ହେବ ଲଜ୍ଜ୍ୟାଜନକ ଘଟଣା। ଯେମିତି ପାର୍ଟି ସେମିତି ସରକାର। ଅଂହକାର ଭରି ରହିଥିବା ହେତୁ ଜୟା ବଚ୍ଚନ ଉପରାଷ୍ଟ୍ରପତିଙ୍କୁ ଏଭଳି ଆଙ୍ଗୁଳି ଦେଖାଇ କଥା ହୋଇଛନ୍ତି। ଲୋକତନ୍ତ୍ର ମନ୍ଦିରରେ ଏଭଳି ଲୋକ କେମିତି ଆସନ୍ତି।