ମୁଁ କୁଡ଼ିଆରେ ନୁହେଁ ସହରରେ ରହିବାକୁ ଭଲପାଏ, ସେଥିପାଇଁ ମୁଁ ବୈରାଗୀ ନୁହେଁ: ଜୟା କିଶୋରୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚକ ତଥା ପ୍ରେରଣାଦାୟୀ ବକ୍ତା ଜୟା କିଶୋରୀ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଏକ ସାକ୍ଷାତକାର ସମୟରେ, ସେ ନିଜ ଜୀବନ ଓ ଇଚ୍ଛ‌ାକୁ ନେଇ ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ କୁଡ଼ିଆରେ ନୁହେଁ ସହରରେ ରହିବାକୁ ଭଲପାଏ ବୋଲି କହିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଜୟା କିଶୋରୀ ଏଭଳି ବୟାନ ଦେଇଥି‌ଲେ। ଜୟା କିଶୋରୀଙ୍କୁ ପଚରାଯାଇଥିଲା ଯେ, ଆପଣଙ୍କୁ ଜଣେ ସାଧ୍ବୀ, ଆଧ୍ୟାତ୍ମିକ ଗୁରୁ, ପ୍ରବଚକ ନା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ଲୋକେ ଅଧିକ ଜାଣନ୍ତି? ଉତ୍ତରରେ ଜୟା କହିଥିଲେ ସର୍ବପ୍ରଥମେ ମୋତେ ପ୍ରବଚକ ଭାବରେ ପରିଚୟ ମିଳିବା ଉଚିତ୍। ପ୍ରବଚକ ଭାବେ ମୁଁ ମୋର ଯାତ୍ରା ଆରମ୍ଭ କରିଥିଲି କାରଣ ଯୁବବର୍ଗମାନଙ୍କୁ ଧର୍ମ ସହିତ ଯୋଡିବାର ଥିଲା।

ପ୍ରବଚକ ହେବା ପରେ ବୈରାଗୀ ହେବାର ଯୋଜନା ବିଷୟରେ ପଚରାଯିବାରୁ ଜୟା କହିଥିଲେ ସଂପୂର୍ଣ୍ଣ ବୈରାଗୀ ହେବା ପାଇଁ କିଛି ନିୟମ ଅଛି। ସେମାନେ କାହା ସହ କୌଣସି ସମ୍ପର୍କ ରଖନ୍ତି ନାହିଁ। ଗୋଟିଏ କୁଡ଼ିଆ ନିର୍ମାଣ କରି ସେମାନଙ୍କୁ ରହିବାକୁ ପଡେ। ଯଦି ଆପଣ ଏହା କରିବାକୁ ସକ୍ଷମ ନୁହଁନ୍ତି ତେବେ ଆପଣ ଜଣେ ବୈରାଗୀ ନୁହନ୍ତି। ଜଣେ ବୈରାଗୀ ଯାହା କରିବା କଥା ମୁଁ ତାହା କରିପାରିବି ନାହିଁ। ମୁଁ ଗୁମ୍ଫା କିମ୍ବା କୁଡ଼ିଆରେ ନୁହେଁ ସହରରେ ରହିବାକୁ ଭଲପାଏ।

ସମ୍ବନ୍ଧିତ ଖବର