ଚେନ୍ନାଇ: ତାମିଲନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ କରୁଥିବା କମିଟିର ଓକିଲ ତାମିଲନାଡ଼ୁର ସ୍ବାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ ଏବଂ ଆପୋଲୋ ହସ୍ପିଟାଲ୍ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ସ୍ବାସ୍ଥ୍ୟ ସଚିବ ଏବଂ ଆପୋଲୋ ହସ୍ପିଟାଲ୍ର ମିଳିତ ଷଡ଼ଯନ୍ତ୍ର ଯୋଗୁଁ ଜୟଲଳିତାଙ୍କ ସ୍ବାସ୍ଥ୍ୟ ନେଇ ଲଗାତାର ମିଥ୍ୟା ଖବର ଲୋକଙ୍କ ପାଖକୁ ଯାଉଥିଲା। ରାଜ୍ୟର ପୂର୍ବ ମୁଖ୍ୟ ସଚିବ ରାମା ମୋହନ ମଧ୍ୟ ଜାଣିଶୁଣି ମିଥ୍ୟା ବୟାନ ଦେଉଥିଲେ ବୋଲି ପ୍ୟାନେଲ୍ର ଓକିଲ ମହମ୍ମଦ ଜଫରଉଲାହ୍ ଖାନ୍ କହିଛନ୍ତି। ସ୍ବାସ୍ଥ୍ୟ ସଚିବ ରହସ୍ୟଜନକ ଭାବେ ଜୟଲଳିତାଙ୍କ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ନେଇ କୌଣସି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଦୌ ଅବଗତ କରାଇନଥିଲେ ବୋଲି ସେ କହିଛନ୍ତି।
ଜୟଲଳିତାଙ୍କ ମୃତ୍ୟୁ ମାମଲା: ଓକିଲଙ୍କ ଅଭିଯୋଗ: ସ୍ବାସ୍ଥ୍ୟ ସଚିବ ଷଡ଼ଯନ୍ତ୍ର କରିଥିଲେ
/sambad/media/post_attachments/wp-content/uploads/2018/12/92848759_66adc7e6-da97-4bf6-9dbb-9f3d878d49b3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)