ଆଜମ ଖାନ୍‌ଙ୍କୁ ନେଇ ଜୟା ପ୍ରଦାଙ୍କ ଉତ୍ତର, କହିଲେ; ଯିଏ ଭଉଣୀ ପିନ୍ଧିଥିବା ଭିତର ଏବଂ ବାହାର ପୋଷାକ ଉପରେ ନଜର ପକାଏ, ସେ ଭାଇ ନାଁରେ କଳଙ୍କ

ନୂଆଦିଲ୍ଲୀ : ରାମପୁରରୁ ବିଜେପିର ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବାକୁ ଯାଉଥିବା ଜୟାପ୍ରଦା ପୁଣି ଥରେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଉପରେ ବୟାନ ଦେବାକୁ ଯାଇ, ମୁଁ ତାଙ୍କୁ ବହୁତ ସମ୍ମାନ ଦେଇଥିଲି । ତାଙ୍କୁ ଭାଇର ସମ୍ମାନ ଦେବା ସହ ତାଙ୍କୁ ରାକ୍ଷୀ ବାନ୍ଧିଥିଲି । କିନ୍ତୁ ସେ ଭାଇ-ଭଉଣୀର ସଂପର୍କକୁ ଭାଙ୍ଗି ଦେଇଥିଲେ । ଏମିତି କୋଉ ଭାଇ ନାହିଁ, ଯିଏ ଭଉଣୀ ପିନ୍ଧିଥିବା ଭିତର ଏବଂ ବାହାରର ପୋଷାକ ଉପରେ ନଜର ପକାଇବ । କିନ୍ତୁ ଆଜମ ଖାନ୍‌ଙ୍କ ସେଭଳି ପ୍ରକୃତି ରହିଛି । ସେ ସବୁ ବେଳେ ମହିଳାମାନେ ଭିତରେ ଏବଂ ବାହାରେ କ’ଣ ପିନ୍ଧୁଛନ୍ତି, ସେ ଉପରେ ନଜର ପକାଇଥାନ୍ତି । ମୋ ଉପରେ ମଧ୍ୟ ତାଙ୍କର ଖରାପ ନଜର ଥିଲା । ତାଙ୍କର ଏଭଳି ଗୁଣ ବିଷୟରେ ଜାଣି ମୁଁ ତାଙ୍କଠାରୁ ସବୁ ସଂପର୍କ ଛିନ୍ନ କରିଥିଲି । ସେ ଭାଇ ନାଁରେ କଳଙ୍କ । ତାଙ୍କୁ ଭାଇ କରିବା ମୋର ଭୁଲ ଥିଲା ବୋଲି କହିଥିଲେ ଜୟା ପ୍ରଦା ।

Zee News

ସୂଚନା ମୁତାବକ, ରାମପୁରରେ ପୂର୍ବରୁ ଜୟାପ୍ରଦା ରାଜନୀତି କରୁଥିବା ବେଳେ ତାଙ୍କର ଅଶାଳୀନ ଫଟୋ ଭାଇରାଲ ହୋଇଥିଲା । ଯାହା ପାଇଁ ସେ କ୍ଷମତାରେ ଥିବା ରାଜନେତାଙ୍କୁ ଯାଇ ସାହାଯ୍ୟ ମାଗିଥିଲେ । କିନ୍ତୁ କୌଣସି ସାହାଯ୍ୟ ନ ମିଳିବାରୁ ସେ ରାମପୁର ଛାଡ଼ି ଚାଲି ଆସିଥିଲେ । ଏବେ ବିଜେପି ପାଇଁ ସେ ପୁଣି ଥରେ ସକ୍ରିୟ ରାଜନୀତିରେ ପାଦ ରଖିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର