ଜୟ ଶାହ ମାମଲା: ସରକାରଙ୍କୁ ଘେରିଲେ ସିହ୍ନା

ସରକାର ନୈତିକ ଆଧାର ହରାଇଛନ୍ତିକମ୍ପାନି ସିଏ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ଅହମଦାବାଦ: ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ବ୍ୟବସାୟିକ କାରବାରକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ୨୦୧୫-୧୬ରେ  ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ  େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀମାନେ ଜୟଙ୍କ ସୁରକ୍ଷା ପାଇଁ ଯେଭଳି ମଇଦାନକୁ ଓହ୍ଲାଇଛନ୍ତି ଏହା ଚିନ୍ତାର ବିଷୟ ବୋଲି ସିହ୍ନା କହିଛନ୍ତି। ଜୟଙ୍କୁ ବ୍ୟବସାୟିକ ମାମଲାରେ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ତାଙ୍କ କମ୍ପାନି ସିଏ ଭଳି ବ୍ୟବହାର କରିିଥିବାରୁ ଏ କ୍ଷେତ୍ରରେ ସରକାର ନୈତିକ ଆଧାର ହରାଇଛନ୍ତି ବୋଲି ସେ କହିଛନ୍ତି। ସିହ୍ନା କହିଛନ୍ତି ଯେ ଜୟ ଶାହ ନିଜେ ଜଣେ ବ୍ୟବସାୟୀ ଏବଂ ସେ ନିଜ ମାମଲା ନିଜେ ଲଢ଼ିବାକୁ ସକ୍ଷମ। ସେ ସଂପୃକ୍ତ େଓ୍ଵବ୍‌୍‌ସାଇଟ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି । ତେବେ ସରକାର ଏହି ମାମଲାରେ  ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କେସ୍‌ରେ ସାମିଲ ହେବାକୁ ଅନୁମତି ଦେଇ ଭୁଲ୍‌ ପଦକ୍ଷେପ ନେଇଛନ୍ତି। ସିଲିସିଟର ଜେନେରାଲ ପଦର ଦୁରୂପଯୋଗ କରିବା କେନ୍ଦ୍ର ସରକାରଙ୍କ ଦୁର୍ବଳତାକୁ ସୂଚାଉଛି ବୋଲି ସେ କହିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥା ଉପରେ ଶହେ କୋଟି ଟଙ୍କାର ଅପରାଧିକ ମାନହାନି ମକଦ୍ଦମା କରିବା କୌଣସି ଦୃଷ୍ଟିରୁ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହି ମାମଲାରେ କିଏ ଠିକ୍‌, କିଏ ଭୁଲ୍‌ ତାହା ଜନସାଧାରଣ ସ୍ଥିର କରିବେ ବୋଲି ସିହ୍ନା କହିଛନ୍ତି।

ମାନହାନି ମକଦ୍ଦମାର ଶୁଣାଣି ୧୬କୁ ଘୁଞ୍ଚିଲା ମାନହାନି ମକଦ୍ଦମାର ଶୁଣାଣି ୧୬କୁ ଘୁଞ୍ଚିଲା

ଅହମଦାବାଦ:    ଅମିତ ଶାହଙ୍କ ପୁଅ ଜୟ ଶାହ  େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ ବିରୋଧରେ  କରିଥିବା ଶହେ କୋଟି ଟଙ୍କାର  ଅପରାଧିକ ମାନହାନି ମକଦ୍ଦମାର ଶୁଣାଣି ଅକ୍ଟୋବର ୧୧କୁ ଘୁଞ୍ଚିଯାଇଛି। ଜୟ ଶାହଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଏସ୍‌.ଭି. ରାଜୁ ଗୁଜରାଟ ହାଇକୋର୍ଟରେ ବ୍ୟସ୍ତ ରହିବା କାରଣରୁ ଅହମଦାବାଦ ଅଦାଲତରେ ପହଞ୍ଚି ପାରିନଥିଲେ।  ଆଜି କୋର୍ଟ ଏ ବାବଦରେ ଶୁଣାଣି କରିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା।  ମୁଖ୍ୟ ମେଟ୍ରୋପଲିଟାନ ବିଚାରପତି ଏସ୍‌କେ ଗାଧ୍‌ବିଙ୍କୁ ଆଇନଜୀବୀ ରାଜୁ ତାଙ୍କ ଓକିଲଙ୍କ ମାଧ୍ୟମରେ ସମୟ ମାଗିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ଅକ୍ଟୋବର ୧୧ରେ ଶୁଣାଣି ହେବ ବୋଲି କହିଛନ୍ତି।  ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ୨୦୧୫-୧୬ରେ  ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ  େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ରେ ଖବର ପ୍ରକାଶ ପାଇଥିଲା।    ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ୍‌ କରି  କଂଗ୍ରେସ   କଡ଼ା ସମାଲୋଚନା ଜାରି ରଖିଛି।

ସମ୍ବନ୍ଧିତ ଖବର