ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କର ମୁତ୍ୟୁ ସନ୍ଦେହଜନକ ଅବସ୍ଥାରେ ହୋଇଥିଲା ବୋଲି ଘୋଷଣା କରିବାକୁ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ଜୟଲଳିତାଙ୍କର ମୃତ୍ୟୁ ସ୍ୱାଭାବିକ ଥିଲା ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, ଜୟଲଳିତାଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ରାଜ୍ୟ ସରକାର ଏକ ଜଣିକିଆ କମିସନ ନିଯୁକ୍ତ କରିଥିଲା ବେଳେ ଅଦାଲତ ସେହି ମାମଲାରେ ମୁଣ୍ଡ ଖେଳାଇବେ ନାହିଁ ବୋଲି କହିଛନ୍ତି।
ସୂଚନା ଥାଉ କି, ଏଆଇଏଡିଏମ୍କେ ନେତ୍ରୀ ଜୟଲଳିତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବୋଲି ଦାବି କରି ଆଇନଜୀବୀ ଏ କେ ବେଲାନ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଦୀର୍ଘ ୭୪ ଦିନ କାଳ ମେଡିକାଲ୍ରେ ରହି ତାଙ୍କର ୨୦୧୬ ଡିସେମ୍ବର ୫ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସାମାନ୍ୟତମ ସୂଚନା ମଧ୍ୟ ତାଙ୍କର କୌଣସି ସମର୍ଥକଙ୍କୁ ଦିଆଯାଇନଥିଲା। ଏପରିକି ମେଡିକାଲ୍ରେ ଚିକିତ୍ସାଧୀନା ଜୟଲଳିତାଙ୍କୁ ମଧ୍ୟ ଭେଟିବା ଲାଗି ତତ୍କାଳୀନ ରାଜ୍ୟପାଳଙ୍କୁ ସୁଯୋଗ ଦିଆଯାଇନଥିଲା। ସୁତରାଂ ଏସବୁ ଘଟଣାରୁ ତାଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବୋଲି ବେଲାନ ତାଙ୍କ ଆବେଦନରେ ଯୁକ୍ତି ବାଢ଼ିଥଲେ। ତେଣୁ ମାନ୍ୟବର ଅଦାଲତ ତାଙ୍କ ମୃତ୍ୟୁକୁ ସନ୍ଦେହଜନକ ବୋଲି ଘୋଷଣା କରିବା ସହ ଘଟଣାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଥିଲେ। ଅପରପକ୍ଷେ, ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ କହିଥିଲେ ଯେ ଜୟଲଳିତାଙ୍କ କୌଣସି ସମ୍ପର୍କୀୟ ଏପରି ଦାବି କରୁନଥିଲା ବେଳେ ଏ ସଂକ୍ରାନ୍ତ ଅନେକ ଜନସ୍ୱାର୍ଥ ମାମଲା ଦାଏର ହୋଇଚାଲିଛି। ତେବେ ଆବେଦନକାରୀ ଘଟଣାର ତଦନ୍ତ କରୁଥିବା ଜଣିକିଆ କମିସନଙ୍କୁ ଏ ସମ୍ପର୍କରେ ଅବଗତ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଜୟଲଳିତାଙ୍କ ମୃତ୍ୟୁ ସନ୍ଦେହଜନକ ନୁହେଁ
ମାଡ୍ରାସ୍ ହାଇକୋର୍ଟଙ୍କ ଟିପ୍ପଣୀ
/sambad/media/post_attachments/wp-content/uploads/2018/01/jayalalithaa_36142556-8341-11e7-aa81-8a4dce36eef3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)