ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର ଗତକାଲି ସନ୍ଧ୍ୟାାରେ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ୍‌ ସ୍ଥିତ ବାସଭବନ ‘ବେଦ ନିଳୟମ୍‌’କୁ ନିଜ ଦଖଲକୁ ନେଇଛନ୍ତି। ନ୍ୟାୟିକ ଲଢ଼େଇରେ ଜିତିବାପରେ ଜୟଲଳିତାଙ୍କ ଝିଆରୀ ଦୀପା ତାଙ୍କ ବାସଭବନରେ ପ୍ରବେଶ କରିଛନ୍ତି। ଗତକାଲି ଚେନ୍ନାଇ ଜିଲ୍ଲା ପ୍ରଶାସନ ଦୀପାଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଦୀପା ଜୟକୁମାର ଗତକାଲି ‘ବେଦ ନିଳୟମ’ରେ ପ୍ରବେଶ କରିବାପରେ ଖୁବ୍‌ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Advertisment

ଦୀପା କହିଛନ୍ତି, ମୋ ପିଉସୀଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ମୁଁ ତାଙ୍କ ଘରେ ପ୍ରବେଶ କରିଛି। ଘରଟି ଖୁବ୍‌ ଖାଲି ଲାଗୁଛି। ମୋ ପିଉସୀ ଯେଉଁ ଫର୍ଣ୍ଣିଚର ସବୁ ବ୍ୟବହାର କରୁଥିଲେ ସେସବୁ ନାହିଁ। ସେସବୁକୁ କାଢ଼ି ଦିଆଯାଇଛି। ଜୟଲଳିତାଙ୍କ ଅନ୍ୟ ସବୁ ସଂଗୃହୀତ ଜିନିଷ ବି ତାଙ୍କ ଘରୁ ଖାଲି ହୋଇଯାଇଛି। ଘରର ସ୍ଥିତି ଅତ୍ୟନ୍ତ ଖରାପ୍‌ ରହିଛି। ଘରକୁ ଏଭଳି ବଦଳାଯାଇଛି ଯେ, ଚିହ୍ନି ହେଉନାହିଁ। ଏଥିପାଇଁ ଦୀପା ଜୟଲଳିତାଙ୍କୁ ବନ୍ଧୁ ତଥା ସହଯୋଗୀ ଶଶିକଳାଙ୍କୁ ଦାୟୀ କରିଛନ୍ତି। ଦୀପା ପୁଣିଥରେ ତାଙ୍କ ପିଉସୀଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ଦାବି କରିଛନ୍ତି।