ଜୟପ୍ରଦାଙ୍କୁ ଆଜମ ଖାନ ଆକ୍ଷେପ କରିବାପରେ ସୁଷମା ସ୍ୱରାଜ ମୁଲାୟମଙ୍କ ଉଦ୍ଦେଶ୍ୟରେ କହିଲେ ‘ରାମପୁରରେ ଦୌପଦ୍ରୀଙ୍କ ବସ୍ତ୍ରହରଣ ହେଉଛି ’

ନୂଆଦିଲ୍ଲୀ: : ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କୁ ଆକ୍ଷେପ କରି ସମାଜବାଦୀର ପାର୍ଟି ନେତା ଆଜମ ଖାନ ଏବେ ପୁଣି ବିବାଦ ଘେରରେ। ରାମପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଆପତ୍ତିଜନକ ବୟାନ ଦେଇଥିଲେ ଆଜମ । ସେ କହିଥିଲେ, “ଯାହାଙ୍କୁ ଆମେ ଆଙ୍ଗୁଳି ଧରି ରାମପୁର ଆଣିଲୁ, ଆପଣମାନେ ଯାହାଙ୍କୁ ୧୦ ବର୍ଷ ପ୍ରତିନିଧିତ୍ୱ କରାଇଲେ, ତାଙ୍କୁ ଆପଣମାନଙ୍କୁ ଚିହ୍ନିବାକୁ ୧୭ ବର୍ଷ ଲାଗିଗଲା । ମୁଁ ମାତ୍ର ୧୭ ଦିନ ଭିତରେ ଚିହ୍ନି ନେଇଥିଲି , ତାଙ୍କ ଅଣ୍ଡରୱେରର ରଙ୍ଗ ଖାକି ।”

ଜୟପ୍ରଦା ଆଜମ ଖାନଙ୍କ ବିରୋଧରେ ରାମପୁରର ଶାହବାଦ ଥାନାରେ ଏତଲା ଦେଇଛନ୍ତି ।  ଆଜମଙ୍କୁ ମହିଳା ଆୟୋଗଙ୍କ ତରଫରୁ ନୋଟିସ ପଠାଯାଇଛି। ଅନ୍ୟ ପକ୍ଷରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

ସୁଷମା ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କୁ ଟ୍ୱିଟ କରି କହିଛନ୍ତି, ‘ମୁଲାୟମ ଭାଇ ଆପଣ ସମାଜବାଦୀ ପାର୍ଟିର ଭୀଷ୍ମ ପିତାମହ । ରାମପୁରରେ ଦୌପଦ୍ରୀଙ୍କ ବସ୍ତ୍ରହରଣ ହେଉଛି, ଆପଣ ଭୀଷ୍ମ ପିତାମହ ହୋଇ ମୌନ ରହିବାର ତ୍ରୁଟି   କରନ୍ତୁ  ନାହିଁ। ।

ସମ୍ବନ୍ଧିତ ଖବର