ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶୀ ଥରୁର ଶନିବାର କହିଛନ୍ତି ଯେ, ଲଣ୍ଡନରେ ଖଲିସ୍ତାନୀମାନେ ଭାରତୀୟ ପତାକା ତଳକୁ ଖସାଇବା ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ତାଙ୍କର କୌଣସି ଭିନ୍ନମତ ନାହିଁ।

Advertisment

ଥରୁର କହିଛନ୍ତି, ଜଣେ ବନ୍ଧୁ ଭାବେ ଏବଂ ଜଣେ ଦକ୍ଷ ଓ କୁଶଳୀ ବୈଦେଶିକ ମନ୍ତୀ ଭାବେ ମୁଁ ତାଙ୍କୁ (ଜୟଶଙ୍କରଙ୍କୁ) ସମ୍ମାନ କରେ। ତାଙ୍କ ଟ୍ବିଟ୍‌ର ବିଷୟବସ୍ତୁକୁ ବୁଝାଇ ଥରୁର କହିଲେ ଯେ, ଜାତୀୟ ପତାକା ଘଟଣାରେ ଶାନ୍ତ ରହିବା ପାଇଁ ସେ ଜୟଶଙ୍କରଙ୍କୁ ଉପଦେଶ ଦେଇଥିବା ନେଇ ତାଙ୍କ କଥାକୁ ଭୁଲ୍ ବ୍ୟାଖ୍ୟା କରାଯାଇଛି। ବରଂ ପତାକା ଘଟଣାରେ ଜୟଶଙ୍କରଙ୍କ ଆଗରୁ ସେ କ୍ରୋଧ ପ୍ରକାଶ କରିଥିଲେ ବୋଲି ଥରୁର କହିଛନ୍ତି। ଭାରତୀୟ ପତାକାକୁ କେହି ଅସମ୍ମାନିତ କଲେ ଏଥିରେ କ୍ରୋଧ ପ୍ରକାଶ କରିବା ଯୁକ୍ତିଯୁକ୍ତ ଏବଂ ଭାରତ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିଛି ତାହା ଠିକ୍ ଥିଲା। କୌଣସି ବିଦେଶୀ ପ୍ରସଙ୍ଗରେ ଆମେ ସବୁ ଭାରତୀୟ ଦଳମତ ନିର୍ବିଶେଷରେ ଏକ ହୋଇ ଜାତୀୟ ସ୍ବାର୍ଥରେ ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଲଣ୍ଡନରେ ଖଲିସ୍ତାନୀମାନେ ଭାରତୀୟ ଜାତୀୟ ପତାକାକୁ ଖସାଇଦେବା ଘଟଣାରେ ଜୟଶଙ୍କରଙ୍କ ପ୍ରତିକ୍ରିୟା ଉପରେ ଥରୁର ଟ୍ବିଟ୍ କରି ତାଙ୍କୁ ଟିକିଏ ଶାନ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ।