ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୧୦ ତାରିଖରେ ଏସ୍ସିଓ (ସାଂଘାଇ ସହଯୋଗ ସଂଘ) ସମ୍ମିଳନୀରେ ଯୋଗଦେବେ। ତେବେ ଜୟଶଙ୍କର ଆଜିଠାରୁ ରୁଷ୍କୁ ଯାତ୍ରା ଆରମ୍ଭ କରିଛନ୍ତି। ରୁଷ୍କୁ ଯିବା ବାଟରେ ଜୟଶଙ୍କର ଆଜି ଇରାନ୍ ରାଜଧାନୀ ତେହରାନ୍ରେ ଅଟକିଥିଲେ। ଇରାନ୍ ପ୍ରତିପକ୍ଷ ଜାଭେଦ୍ ଜାରିଫ୍ଙ୍କ ସହ ଜୟଶଙ୍କର ଦ୍ବିପାକ୍ଷିକ ସମ୍ପର୍କ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଇରାନ୍ ବିଦେଶ ମନ୍ତ୍ରୀଙ୍କ ସହ ବୈଠକ ଫଳପ୍ରଦ ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷେ ଜୟଶଙ୍କରଙ୍କ ଗସ୍ତ ପରେ ଇରାନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି ଯେ, ଉଭୟ ପକ୍ଷ ସବୁ ଦିଗରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି। ଜୟଶଙ୍କର ଏବଂ ଇରାନ୍ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଚବାହର ବନ୍ଦର ପ୍ରକଳ୍ପ ଏବଂ ଉପସାଗରୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ତେବେ ଏଲ୍ଏସିରେ ଭାରତ-ଚୀନ୍ ସୀମା ବିବାଦ ବିଗିଡ଼ି ଥିବାବେଳେ ଏବଂ ପୁଣି ଥରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିବାବେଳେ ଜୟଶଙ୍କର ତାଙ୍କ ରୁଷ୍ ଗସ୍ତ ସମୟରେ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି। ଏହି ଆଲୋଚନା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ରୁଷ୍ ଗସ୍ତ କରିଥିଲେ। ତେବେ ରୁଷ୍ରୁ ଫେରିବା ସମୟରେ ଗତ ଶନିବାର ସେ ଅଚାନକ ଇରାନ୍ ଗସ୍ତ କରିଥିଲେ ଏବଂ ତାଙ୍କ ଇରାନ୍ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।
ଇରାନ୍ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ କଥାବାର୍ତ୍ତା
/sambad/media/post_attachments/wp-content/uploads/2020/01/s-jaysankar-khabarhub-english-news.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)