ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ନେଇ ସଂଦେହ କଲେ ତଦନ୍ତ ଆୟୋଗ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତା ମୃତ୍ୟୁବରଣ କରିବାର ଦୁଇ ବର୍ଷରୁ କିଛି ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ବିବାଦ ଏବେ ବି ଜାରି ରହିଛି । ଏବେ ବି ତାଙ୍କ ମୃତ୍ୟୁ କିପରି ହେଲା ତାକୁ ନେଇ ସଂଦେହ ଦୂରହୋଇନାହିଁ ।

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଗଠିତ ତଦନ୍ତ କମିଶନର ଜଣେ ପରାମର୍ଶଦାତା ଅଭିଯୋଗ କରିଛନ୍ତି ଯେ ରାଜ୍ୟର ତତକାଳୀନ ସ୍ୱାସ୍ଥ୍ୟସଚିବ ଜେ. ରାଧାକ୍ରିଷ୍ଣନ ଆପୋଲୋ ହସପିଟାଲ ସହ ମିଳିତ ଭାବେ ଷଡ଼ଯନ୍ତ୍ର କରି ଜୟଲଳିତାଙ୍କୁ ଜାଣିଶୁଣି ଭୁଲ ଚିକିତ୍ସା କରାଉଥିଲେ । ମହମ୍ମଦ ଜଫାରୁଲ୍ଲା ଖାଁ ନାମକ ଏହି ପରାମର୍ଶଦାତା ଏକ ପିଟିସନ ଦାଏର କରି କହିଛନ୍ତି ଯେ ତତକାଳୀନ ମୁଖ୍ୟ ଶାସନ ସଚିବ ପି.ରାମମୋହନ ୨୦୧୬ରେ ଜୟଲଳିତା ହସପିଟାଲରେ ଥିବାବେଳେ ଜାଣିଣୁଣି ତଦନ୍ତ କମିଶନକୁ ଭୁଲ ତଥ୍ୟ ଦେଇଥିଲେ । ତେବେ ଖାଁଙ୍କ ଏହି ଅଭିଯୋଗକୁ ଉଭୟ ରାଧାକ୍ରିଷ୍ଣନ ଓ ଆପୋଲୋ ହସପିଟାଲ ପକ୍ଷରୁ ଖଣ୍ଡନ କରାଯାଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଜୟଲଳିତା ଗତ ୨୦୧୬ ଡିସେମ୍ବର ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର