ନୂଆଦିଲ୍ଲୀ: ତେଲୁଗୁ ଚଳଚ୍ଚିତ୍ର ଓ ଥିଏଟର୍ ଜଗତର ଜଣାଶୁଣା ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ଆଜି ସକାଳେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୪ ବର୍ଷ ହୋଇଥିଲା। ‘ବ୍ରହ୍ମାପୁତ୍ରୁଡୁ’ ଚଳଚ୍ଚିତ୍ରରେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଜୟପ୍ରକାଶ ଖଳନାୟକ ଓ ହାସ୍ୟ ଅଭିନେତା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗତ ଜାନୁଆରିରେ ମୁକ୍ତିଲାଭ କରିଥିବା ମହେଶ ବାବୁଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‘ସରେଇଲେରୁ ନିକେଭାରୁ’ରେ ସେ ଶେଷଥର ପାଇଁ ନଜର ଆସିଥିଲେ। ଏହାବ୍ୟତୀତ ସମରସିମା ରେଡ୍ଡୀ, ପ୍ରେମିନଚୁକୁଣ୍ଡମ୍, ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି ଓ କିକ୍ ଆଦି ବହୁ ଚଳଚ୍ଚିତ୍ରରେ ଦମ୍ଦାର ଅଭିନୟ କରି ସେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
ପରଲୋକରେ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ
/sambad/media/post_attachments/wp-content/uploads/2020/09/shfsfhsfh489789798798789fshsfhfshfhfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)