ଜୟଶଙ୍କରଙ୍କ ୩ ଦିନିଆ ଚୀନ୍‌ ଗସ୍ତ

ବେଜିଂ : ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବେ ୩ ଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି। ଜୟଶଙ୍କର ତାଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଜି ବେଜିଂରେ ପହଞ୍ଚିଛନ୍ତି। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ପରେ ଜୟଶଙ୍କର ଚୀନ୍‌ ଗସ୍ତ କରୁଥିବାରୁ ଏହାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆସନ୍ତାକାଲି ଜୟଶଙ୍କର ଚୀନ୍‌ର ବରିଷ୍ଠ ନେତୃବୃନ୍ଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ସେହିପରି ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ପାଇଁ ଜିନ୍‌ପିଙ୍ଗ୍‌ଙ୍କ ଭାରତ ଗସ୍ତ ସଂକ୍ରାନ୍ତରେ ମଧ୍ୟ ଜୟଶଙ୍କର ଚୂଡ଼ାନ୍ତ ପ୍ରସ୍ତୁତି କରିବେ। ଜୟଶଙ୍କର ୨୦୦୯ରୁ ୨୦୧୩ ମଧ୍ୟରେ ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ରହିଥିଲେ। ଜୟଶଙ୍କରଙ୍କ ଗସ୍ତ ଅବସରରେ ୩ଟି ଏମ୍‌ଓୟୁ ସ୍ବାକ୍ଷର ହେବାର ଅଛି।

ସମ୍ବନ୍ଧିତ ଖବର