ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ପାଇଁ ଭାରତର ଅଧିକାରୀମାନେ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ଉଠିଥିବା ସମୟରେ ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରମୁଖ ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ୍ ଫାଇନରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଗତ ୪ ତାରିଖରେ ଭାରତ ଆସିଛି। ସେମାନେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗ ସମେତ ପନ୍ନୁ ହତ୍ୟା ଉଦ୍ୟମ ସଂପର୍କରେ ମଧ୍ୟ ଆଲୋଚନା କରିବେ। ଭାରତର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ବିକ୍ରମ ମିଶ୍ରିଙ୍କ ସହିତ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପନ୍ନୁକୁ ଆମେରିକାରେ ହତ୍ୟା କରିବା ପାଇଁ ୫୨ ବର୍ଷୀୟ ଭାରତୀୟ ନିଖିଲ ଗୁପ୍ତା ଉଦ୍ୟମ କରିଥିଲେ ବୋଲି ବାଇଡେନ ପ୍ରଶାସନ ଅଭିଯୋଗ କରିଛି। ତେବେ ଭାରତର ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ମାମଲାରେ ଛନ୍ଦିବା ପରେ କେନ୍ଦ୍ର ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଇତିମଧ୍ୟରେ ଫାଇନର ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ତଥ୍ୟ ଆଦାନ ପ୍ରଦାନ ସଂକ୍ରାନ୍ତ ଆଲୋଚନା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp