ଶ୍ରୀନଗର: ଜମ୍ମୁ କଶ୍ମୀରର ବଡ଼ଗାମରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ସେନାର ଜଣେ ଜେସିଓ ରାଜକୁମାର ସହିଦ ହୋଇଯାଇଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ସାମିଲ ଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ବଡ଼ ଧରଣର ତଲାସି ଅଭିଯାନ ଆରମ୍ଭ କରିଛି। ୧୯୯୦ରେ ସେନାରେ ଭର୍ତ୍ତି ହୋଇଥିବା ରାଜକୁମାର ହିମାଚଳ ପ୍ରଦେଶର ଖନ୍ନି ଗ୍ରାମର ବାସିନ୍ଦା। ୫୩ ରାଷ୍ଟ୍ରୀୟ ରାଇଫ୍୍ଲସର ଏକ ଦଳ ବଡ଼ଗାମରେ ପାଟ୍ରୋଲିଂ କରି ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଏକ ଉଚ୍ଚସ୍ଥାନରେ ଲୁଚି ରହି ଆଖିବୁଜା ଗୁଳିମାଡ଼ କରିବା ପରେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ସୁରକ୍ଷା ବାହିନୀ ବ୍ୟାପକ ଅଂଚଳକୁ ଘେରାଉ କରି କମ୍ବିଂ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଆତଙ୍କବାଦୀମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ ବୋଲି ଜଣାପଡ଼ିଛି।
ବଡ଼ଗାମରେ ଆତଙ୍କବାଦୀ ଆକ୍ରମଣ: ଜେସିଓ ସହିଦ
/sambad/media/post_attachments/wp-content/uploads/2017/10/JCO-killed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)