କର୍ଣ୍ଣାଟକରେ ବିଜେପି ସରକାରକୁ ସମର୍ଥନ ଦେବାକୁ ଦାବି କଲେ ଅଧିକାଂଶ ଜେଡିଏସ୍ ବିଧାୟକ

ବେଙ୍ଗଲୁରୁ: କର୍ଣ୍ଣାଟକରେ ବିଜେପିର ବିଏସ୍‌ ୟେଦୁରପ୍ପା ଗତକାଲି ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରବିା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଜେଡିଏସର ବିଧାୟକମାନଙ୍କର ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଜେଡିଏସର ଅଧିକାଂଶ ବିଧାୟକ ବିଜେପିକୁ ସମର୍ଥନ ଦେବା ସପକ୍ଷରେ ଯୁକ୍ତି ବାଢିଥିଲେ। କିନ୍ତୁ ଆଉ କେତେକ ବିଧାୟକ ବିରୋଧୀ ଦଳରେ ରହିବା ଲାଗି ଦାବି କରିଥିଲେ। ତେବେ ବିଜେପି ସମର୍ଥନ ଦେବାକୁ ଦାବି କରୁଥିବା ଜେଡିଏସ୍‌ ବିଧାୟକମାନେ ନିଜ ଦାବି ସପକ୍ଷରେ ସ୍ଲୋଗାନ୍‌ ଜାରି ରଖିଥିଲେ।

ଏହି ପ୍ରସଙ୍ଗରେ ଜେଡିଏସ୍‌ ବିଧାୟକମାନେ ଶେଷରେ କୁମାରସ୍ୱାମୀଙ୍କୁ ନିଷ୍ପତ୍ତି ନେବା ଲାଗି ଦାୟିତ୍ୱ ଦେଇଥିଲେ। ଏକଥାକୁ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଜି ଟି ଦେବେଗୌଡା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାରୁ ବାହାରିବାର ଚାରିଦିନ ପରେ ଜେଡିଏସ୍‌ରେ ମତ ଭେଦ ଦେଖାଦେଇଛି। ତେବେ କୁମାରସ୍ୱାମୀଙ୍କ ନିଷ୍ପତ୍ତି ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି।

photo-oneindia

ଯଦି କୁମାରସ୍ୱାମୀ ବି.ଏସ ୟେଦୁରପ୍ପାଙ୍କୁ ସମର୍ଥନ ଦେବାରେ ଘୋଷଣା କରନ୍ତି, ତେବେ ୟେଦୁରପ୍ପା ସହଜରେ ଆଗାମୀ ୨୯ ତାରିଖରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବେ।

ସମ୍ବନ୍ଧିତ ଖବର