ବିମାନବନ୍ଦର କର୍ତ୍ତୃପକ୍ଷଠାରୁ ୧୫୦ କୋଟି ଟଙ୍କା ଆଦାୟ କରିବ ଜେଡିଏ

ଜୟପୁର: ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜୟପୁର ବିକାଶ ପ୍ରାଧିକରଣ (ଜେଡିଏ) ବର୍ତ୍ତମାନ ଏହାର ବାକି ଟଙ୍କା ଯୋଗାଡ କରିବାକୁ ଅଭିଯାନ ଆରମ୍ଭ କରିଛି। ଆଉ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଜେଡିଏ ଜୟପୁର ବିମାନବନ୍ଦର ର ସମ୍ପ୍ରସାରଣ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଜମି ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଛି |

ବିଶେଷ କରି କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଜୟପୁର ବିକାଶ ପ୍ରାଧିକରଣ କୁ ବିଭିନ୍ନ ଟିକସ ବାବଦରେ ମିଳୁଥିବା ଟଙ୍କା ଏବେ ବନ୍ଦ ହୋଇଯାଇଛି | ଅନ୍ୟପଟେ କିନ୍ତୁ ବିକାଶମୂଳକ କାମ ଜାରି ରହିଥିବାରୁ ବକେୟା ଟଙ୍କା ଆଦାୟ ପାଇଁ ଜେଡିଏ ଅଣ୍ଟା ଭିଡିଛି |

ସୂଚନା ଥାଉ କି ୨୦୦୨ ରୁ ୨୦୧୨ ମଧ୍ୟରେ ବିମାନବନ୍ଦର କର୍ତ୍ତୃପକ୍ଷ ଜୟପୁର ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଜେଡିଏର ଜମି ନେଇଥିଲେ। ଏହି ସମୟ ମଧ୍ୟରେ ବିମାନବନ୍ଦର ସମ୍ପ୍ରସାରଣରେ ଜେଡିଏ ୧ ଲକ୍ଷ ମିଟରରୁ ଅଧିକ ଜମି ହରାଇଥିଲା। ଏଭଳି ପରିସ୍ଥିତିରେ ବଜାର ମୂଲ୍ୟ ଅନୁଯାୟୀ ପ୍ରାୟ ୧୫୦ କୋଟି ଟଙ୍କା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦେବାକୁ ଜେଡିଏ ଚିଠି ଲେଖିଛି |

ସମ୍ବନ୍ଧିତ ଖବର