ଜେଡିଏସ୍‌-କଂଗ୍ରେସର ସୁଦୃଢ଼ ରଣନୀତି

ବେଙ୍ଗାଲୁରୁ : ଶନିବାର କର୍ଣ୍ଣାଟକ ବିଧାନସଭାରେ ହେବାକୁ ଥିବା ଆସ୍ଥାଭୋଟରେ ବିଜେପିକୁ କିଭଳି ଭାବେ ପରାସ୍ତ କରାଯିବ ସେନେଇ କଂଗ୍ରେସ ଓ ଜେଡିଏସ୍‌ ସୁଦୃଢ଼ ରଣନୀତି ପ୍ରସ୍ତୁତ କରୁଛନ୍ତି। କିଛି ବିଧାୟକ ଦଳରୁ ଗାଏବ ହୋଇଥିବା କଥାକୁ ଉଭୟ କଂଗ୍ରେସ ଓ ଜେଡିଏସ୍‌ ଖଣ୍ଡନ କରୁଛନ୍ତି। ବିଜେପିର ସବୁଚାଲକୁ ଭଣ୍ଡୁର କରିବାକୁ ଏବେ ସିଦ୍ଦରାମେୟା ଓ ଏବଂ ଜେଡିଏସ୍‌ ନେତା କୁମାରସ୍ୱାମୀ ପରିସ୍ଥିତିର ମୁକାବିଲା ପାଇଁ ବାଟ ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଥିବା ସମସ୍ତ ଅସନ୍ତୋଷ ଦୂର କରିବା ପାଇଁ ସିଦ୍ଦରାମେୟା, ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ସିଧାସଳଖ ସମ୍ପର୍କ କରୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ବିଜେପି ବାଟ ଓଗାଳିବାକୁ କର୍ଣ୍ଣାଟକ ରାଜନୈତିକ ଡ୍ରାମାର ମୁଖ୍ୟ ନାୟକ ସାଜିଥିବା ଜେଡିଏସ୍‌ର ସବୁ ସର୍ତ୍ତ ମାନିବାକୁ ଏବେ କଂଗ୍ରେସ ପ୍ରସ୍ତୁତ ହୋଇ ସାରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର