ଜେଡିଏସ୍‌ କର୍ଣ୍ଣାଟକ ଉପନିର୍ବାଚନରେ ପ୍ରାର୍ଥୀ ଦେବନାହିଁ; ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ: କହିଲେ ଦେବଗୌଡା

ରାଇଚୁର: ଜେଡି(ଏସ୍‌) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଆଜି (ବୁଧବାର) ଘୋଷଣା କରିଛନ୍ତି ଯେ ତାଙ୍କ ଦଳ କର୍ଣ୍ଣାଟକର ବେଲଗାମ୍‌ ଲୋକସଭା ଉପନିର୍ବାଚନ, ଏବଂ ବାସଭାକାଲିଆନ୍‌, ସିନ୍ଦଗି ଏବଂ ମାସ୍କି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଲଢ଼ିବ ନାହିଁ।

ଉପନିର୍ବାଚନ ନେଇ ଏଯାବତ୍‌ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇ ନଥିଲେ ସୁଦ୍ଧା ଜେଡି(ଏସ୍‌) ବେଲଗୁମ୍‌ ଲୋକସଭା ଏବଂ ବାସଭାକାଲିଆନ୍‌, ସିନ୍ଦଗି ଏବଂ ମାସ୍କି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ପ୍ରାର୍ଥୀ ଦେବ। ଏହି ଉପନିର୍ବାଚନରେ ଲଢ଼ିବା ପାଇଁ ଆମ ପାଖରେ ଟଙ୍କା ନାହିଁ ବୋଲି ଦେବେଗୌଡ଼ାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କହିଛନ୍ତି ଯେ ସେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଦଳକୁ ସଂଗଠିତ କରିବା ଦିଗରେ ନିଜକୁ ସମ୍ପୃକ୍ତ କରିବେ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେଟରରେ କୋଭିଡ୍‌-୧୯ କାରଣରୁ କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗଡି ଏବଂ ବିଧାୟକ ବି ନାରାୟଣ ରାଓଙ୍କ ମୃତ୍ୟୁ ପରେ ବେଲଗାମ୍‌ ଲୋକସଭା ଏବଂ ବାସଭାକାଲିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ବିଧାୟକ ପ୍ରତାପାଗୋଡା ପାଟିଲଙ୍କ ଅଯୋଗ୍ୟତା ପରେ ମାସ୍କି ବିଧାନସଭା ଆସନ ଖାଲି ପଡିଛି। ଶ୍ରୀ ପାଟିଲ ୨୦୧୮ରେ କଂଗ୍ରେସରୁ ମାସ୍କି ବିଧାନସଭା ଆସନ ଜିତିଥିଲେ ଏବଂ ବର୍ତ୍ତମାନ ସେ ବିଜେପି ସହିତ ଅଛନ୍ତି। ସେହିପରି ଗତ ମାସରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ସିନ୍ଦାଗି ବିଧାୟକ ତଥା ବରିଷ୍ଠ ଜେଡି(ଏସ) ନେତା ଏମସି ମାନାଗୁଲିଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ଏଠାରେ ମଧ୍ୟ ଉପନିର୍ବାଚନ ହେବ। ଏହି ଉପନିର୍ବାଚନ ଜିତିବା ଲକ୍ଷ୍ୟରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପ୍ରକ୍ରିୟା ଆରମ୍ଭ କରି ସାରଥିବା ବେଳେ ଜେଡି(ଏସ୍‌) ଉପନିର୍ବାଚନରେ ଲଢ଼ିବ ନାହିଁ ବୋଲି ଆଜି ଘୋଷଣା କରିଛି।

ସମ୍ବନ୍ଧିତ ଖବର