ପ୍ରମୁଖ ବିଭାଗ ନିଜ ପାଖରେ ରଖିବାକୁ ଜିଦ୍
ଋଣଛାଡ଼ ନହେଲେ ଇସ୍ତଫା ଦେବି: ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ସରକାର ହେବା ପରଠାରୁ ବିଭାଗ ଆବଣ୍ଟନ ନେଇ ଲାଗି ରହିଥିବା ବିବାଦ ତୁଟିବାର ନାଁ ଧରୁନି। ମନ୍ତ୍ରିମଣ୍ଡଳ ପାଇଁ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ଟଣାଓଟରା ଏବେ ବି ଲାଗି ରହିଛି। କଂଗ୍ରେସ ବିଧାୟକମାନେ ନିଜ ନିଜର ପକ୍ଷ ନେଇ ଦଳ ହାଇକମାଣ୍ଡଙ୍କ ନିକଟକୁ ଧାଉଁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ଦିଲ୍ଲୀ ଗସ୍ତ କରି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିବା ଜଣାପଡ଼ିଛି।
ବୈଠକ ପରେ ଜେଡିଏସ୍ ନେତା ଦାନିସ ଅଲୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଜିର ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଦିନେ କି ଦୁଇ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ବିବାଦର ସମାଧାନ ହୋଇଯିବ। ମିଳିଥିବା ଖବର ମୁତାବକ, ଅର୍ଥ ଓ ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ପୂର୍ତ୍ତ, ବିଜୁଳି, ଖଣି ଓ ସହରୀ ବିକାଶ ଭଳି ପ୍ରମୁଖ ବିଭାଗ ଜେଡିଏସ ନିଜ ପାଖରେ ରଖିବାକୁ ଚାହିଛି। ତେବେ ସରକାରରେ କଂଗ୍ରେସର ଅଧିକ ବିଧାୟକ ଥିବା ସତ୍ତ୍ୱେ ଜେଡିଏସର ଏହି ଏକଚାଟିଆ ନୀତିକୁ ବିରୋଧ କରି କଂଗ୍ରେସ ବିଧାୟକ ଅନ୍ୟ ବିଭାଗ ନେବାକୁ ରାଜି ହେଉ ନାହାନ୍ତି।
ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ଦିଲ୍ଲୀ ପହଞ୍ଚିବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନକୁ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ବୈଠକରେ ଅହମ୍ମଦ ପଟେଲ,ଡି କେ ଶିବ କୁମାର, ମଲ୍ଲିକାର୍ଜ୍ଜୁନ ଖଡଗେ, ସିଦ୍ଧରାମୈୟା, କେସି ବେଣୁଗୋପାଳ ଓ ଜେଡିଏସ୍ ପକ୍ଷରୁ ଏଚ.ଡି.ରବାନ୍ନା ଓ ଦାନିଶ ଅଲୀ ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମା’ ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ଏନେଇ କୌଣସି ନିଷ୍କର୍ଷ ବାହାରିପାରି ନଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳ ଭାଗବଣ୍ଟା ନେଇ ଅଙ୍କକଷା ସରୁ ନଥିବାରୁ ଏଯାଏଁ ରାଜ୍ୟ କ୍ୟାବିନେଟର ଶପଥ ଗ୍ରହଣ ହୋଇପାରି ନାହିଁ।
ଅପରପକ୍ଷେ, କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ.ଡି.କୁମାରସ୍ୱାମୀ ଆଜି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟରେ କୃଷକଙ୍କ ଋଣଛାଡ଼ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ, ସେ ରାଜ୍ୟର ସାଢ଼େ ୬ କୋଟି ଜନତାଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। କାରଣ ଲୋକ ତାଙ୍କ ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପ୍ରଦାନ କରି ନାହାନ୍ତି। ବରଂ କଂଗ୍ରେସ ଦୟାରେ ସେ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଥିବାରୁ କଂଗ୍ରେସ ନିକଟରେ ସେ ଉତ୍ତରଦାୟୀ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକ୍ୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି। କୃଷିଋଣ ଛାଡ଼ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ, ଯଦି କୃଷିଋଣ ଛାଡ଼ କରିବାରେ ବିଫଳ ହେବେ ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇଦେବେ ଓ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଯିବେ। ମେଣ୍ଟରେ ବିଭାଗ ଆବଣ୍ଟନକୁ ନେଇ ବିବାଦ ଲାଗି ରହିଥିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ପୂର୍ବରୁ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ଦୁଇ ଦଳ ମଧ୍ୟରେ ଆଲୋଚନା ହେଉଛି ଓ ଏହାର ସମାଧାନ ହୋଇଯିବ।
ଜେଡିଏସ୍-କଂଗ୍ରେସ ମେଣ୍ଟ:ଆରମ୍ଭରୁ ଟଣାଓଟରା
ଦିଲ୍ଲୀରେ ଦୁଇ ଦଳ ନେତାଙ୍କ ବୈଠକ
/sambad/media/post_attachments/wp-content/uploads/2018/05/HD-Kumaraswamy-oath_AP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)