ଆଭିମୁଖ୍ୟ ବଦଳାଇଲା ଜେଡିୟୁ, ଧାରା ୩୭୦ ହଟାଯିବାକୁ ସ୍ବାଗତ କଲା

ଧାରା ୩୭୦କୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧରେ ସଂସଦରେ କକ୍ଷତ୍ୟାଗ କରିଥିବା ଜେଡିୟୁ ଏବେ ଏହାର ଆଭିମୁଖ୍ୟ ଅଚାନକ ବଦଳାଇ ଦେଇଛି। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଆର୍‌ସିପି ସିଂହ ସମର୍ଥନ କରିଛନ୍ତି। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ଏବେ ଆଇନରେ ପରିଣତ ହୋଇସାରିଛି ଏବଂ ଆମେ ଏହାକୁ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ ଭାବେ ପରିଚିତ ଆର୍‌ସିପି ସିଂହଙ୍କ ଏହି ବୟାନ ପରେ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରା ୩୭୦ ହଟାଯିବା ସପକ୍ଷରେ ବୟାନ ଦେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର