ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ନୀତି ବିରୋଧରେ କାର୍ଯ୍ୟ କରିଥିବାରୁ ଜେଡିୟୁ ଆଜି ୧୧ ଜଣ ନେତାଙ୍କୁ ବହିଷ୍କାର କରିଛି। ଜମାଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରିଥର ବିଧାୟକ ନିର୍ବାଚିତ ହୋଇଥିବା ତଥା ପୂର୍ବତନ ମନ୍ତ୍ରୀ ଶୈଳେଶ କୁମାରଙ୍କ ସମେତ ସମସ୍ତ ବହିଷ୍କୃତ ନେତାମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ନିଲମ୍ବିତ କରାଯାଇଛି।
ଆଜି ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ଦଳବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଏବଂ ଦଳର ଆଦର୍ଶ ଏବଂ ସାଂଗଠନିକ ଆଚରଣ ବିରୋଧରେ କାର୍ଯ୍ୟ କରିଥିବାରୁ ୧୧ ଜଣ ସଦସ୍ୟଙ୍କୁ ତୁରନ୍ତ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରାଯିବା ସହ ଦଳରୁ ବହିଷ୍କାର କରାଯାଇଛି । ଆଗାମୀ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ ହୋଇଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ବିଧାୟକ ଶ୍ୟାମ ବାହାଦୁର ସିଂହ ଏବଂ ସୁଦର୍ଶନ କୁମାର, ପୂର୍ବତନ ବିଧାୟକ ଅମର କୁମାର ସିଂହ ଏବଂ ଆସମା ପରବିନ୍ ଏବଂ ପୂର୍ବତନ ଏମ୍ଏଲସି ରଣବିଜୟ ସିଂହ ଏବଂ ସଞ୍ଜୟ ପ୍ରସାଦ ଅଛନ୍ତି। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/untitled-3-2025-10-27-06-00-16.jpg)