ଜେଡିୟୁ ସଦସ୍ୟତା ପାଇଁ ପରୀକ୍ଷା, ସାକ୍ଷାତକାର

ପାଟନା,: ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ପ୍ରଶାନ୍ତ କିଶୋର ଏକ ନୂଆ ରଣନୀତି ଆରମ୍ଭ କରିଛନ୍ତି। ଦଳ ସହିତ ୧ ଲକ୍ଷ ଯୁବ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ ସେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ତେବେ ମନଇଚ୍ଛା ଲୋକମାନେ ଦଳ ସହ ସାମିଲ ହୋଇପାରିବେ ନାହିଁ। ସେମାନଙ୍କୁ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ ଏବଂ ବରିଷ୍ଠ ନେତାଙ୍କୁ ସାମ୍ନା କରି ସାକ୍ଷାତକାର ଦେବାକୁ ହେବ। ଏହି ଅଭିଯାନ ଦ୍ବାରା ଚୟନ ହେବାକୁ ଥିବା ଯୁବ ସଦସ୍ୟ ଭବିଷ୍ୟତରେ ଦଳର ନେତୃତ୍ବ ନେବେ ଏବଂ ୨୦୨୦ ବିଧାନସଭା ନିର୍ବାଚନରେ ଅଧିକାଂଶ ଯୁବ ସଦସ୍ୟଙ୍କୁ ଟିକେଟ୍‌ ମିଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର