ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହୋଇନାହିଁ। ନୀତୀଶ କୁମାରଙ୍କ ଜେଡିୟୁ ୧୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଏହାକୁ ଅନ୍ତତଃ ୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଥିଲା। ତେବେ ଆଜି ବିଜେପି ତା’ର ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ଜେଡିୟୁ ଏବଂ ଶିବସେନାକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିବ ବୋଲି ଘୋଷଣା କରିବା ପରେ ଜେଡିୟୁ ଏହାକୁ ଗ୍ରହଣ କରିନାହିଁ। ଅଚାନକ ବିଜେପି ତା’ର ନିଷ୍ପତ୍ତି ବଦଳାଇବା ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ ଜେଡିୟୁ ମୋଦୀ ସରକାରରେ ସାମିଲ ହୋଇନାହିଁ ବୋଲି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି। ସରକାର ଗଠନ ଆରମ୍ଭରୁ ଏନ୍ଡିଏ ସହଯୋଗୀ ଦଳରେ ଦେଖାଦେଇଥିବା ଅସନ୍ତୋଷ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମୋଦୀ କ୍ୟାବିନେଟ୍ରୁ ଓହରିଲା ଜେଡିୟୁ, ଗୋଟିଏ ମନ୍ତ୍ରୀ ପଦ ଗ୍ରହଣ କଲାନି
/sambad/media/post_attachments/wp-content/uploads/2019/05/nitish-kumar-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)