ଆମେ ପଛପଟୁ ଛୁରୀ ମାରିବାକୁ ପସନ୍ଦ କରୁନାହୁଁ: ଜେଡିୟୁ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ ବା ଜେଡିୟୁର ରାଷ୍ଟ୍ରୀୟ ସଭାପତି ହେବା ପରେ ସହଯୋଗୀ ବିଜେପିକୁ ଭିନ୍ନ ଢଙ୍ଗରେ ଚେତାବନୀ ଦେଇଛନ୍ତି ଆରସିପି ସିଂ | ଆରସିପି ସିଂ କହିଛନ୍ତି ଯେ, ‘ଆମେ କେବେ ବି ଷଡଯନ୍ତ୍ର କରୁନାହୁଁ। ଆମେ ଆମର ସହକର୍ମୀମାନଙ୍କ ସହିତ ସର୍ବଦା ସଚ୍ଚୋଟ ଥାଉ | କିନ୍ତୁ ଅରୁଣାଚଳରେ ଯାହା ଘଟିଲା ​​ତାହା ଠିକ୍ ନୁହେଁ | ଆମ ଦଳ କାହାକୁ ପଛପଟୁ ଛୁରାମାଡ଼ କରେନାହିଁ, ଆଉ ଆମେ କାହାକୁ ଆମ ପିଠିରେ ଛୁରୀ ମାରିବା ପାଇଁ ମଧ୍ୟ ସୁଯୋଗ ଦେଉନାହୁଁ’। ଆରସିପି ସିଂ କହିଛନ୍ତି ଯେ “ଆମେ ଯାହାଙ୍କ ସହ ରହୁ , ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତା ସହ ବଞ୍ଚୁ। ଆମେ କୌଣସି ଷଡଯନ୍ତ୍ର କରୁନାହୁଁ। କିନ୍ତୁ ଅରୁଣାଚଳରେ ଯାହା ଘଟିଲା ​​ତାହା ଠିକ୍ ନୁହେଁ।”

ସୂଚନା ଥାଉ କି ଆରସିପି ସିଂଙ୍କ ପୂର୍ବରୁ ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗୀ ବିଜେପିର ବନ୍ଧୁତା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ‘ଅରୁଣାଚଳ ପ୍ରଦେଶରେ ଘଟିଥିବା ଘଟଣା ରାଜ୍ୟରେ ବନ୍ଧୁତ୍ୱର ଧର୍ମକୁ ବଜାୟ ରଖିନାହିଁ। ବନ୍ଧୁତ୍ୱରେ ଏପରି ଘଟଣା ଘଟେ ନାହିଁ। ଜେଡିୟୁ, ଏନଡିଏର ସବୁଠାରୁ ଶକ୍ତିଶାଳୀ ଏବଂ ବିଶ୍ୱସ୍ତ ସହଯୋଗୀ ହୋଇଥିବାବେଳେ ବିଜେପିର ଏଭଳି କାର୍ଯ୍ୟ ଠିକ ହୋଇନାହିଁ ‘|

ଉଲ୍ଲେଖ ଥାଉ କି ଅରୁଣାଚଳ ପ୍ରଦେଶରେ କିଛି ଦିନ ତଳେ ସଂଯୁକ୍ତ ଜନତା ଦଳ ବା ଜେଡିୟୁର ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଥିଲା ।

ସମ୍ବନ୍ଧିତ ଖବର