ପାଟନା : ବିହାରରେ ଶାସକ ଏନ୍ଡିଏ ମଧ୍ୟରେ ଆସନ ବୁଝାମଣା ନେଇ ଏବେ ବି ଦ୍ବନ୍ଦ୍ବ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଆଜି ଏହାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଜେଡିୟୁ ୪୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବୁଧବାର ଜେଡିୟୁ ପ୍ରଥମ ତାଲିକାରେ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏଲ୍ଜେପି(ରାମ ବିଳାସ) ନେତା ଚିରାଗ ପାଶ୍ବାନ ନିର୍ବାଚନ ଲଢ଼ିବାକୁ ଚାହୁଥିବା ୪ଟି ଆସନରେ ମଧ୍ୟ ଜେଡିୟୁ ବୁଧବାର ପ୍ରାର୍ଥୀ ଘୋଷଣା କରିଛି ଏବଂ ଏଥିପାଇଁ ଏନ୍ଡିଏ ମେଣ୍ଟରେ ସଙ୍କଟ ଦେଖାଦେଇଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୨୦ରେ ନିର୍ବାଚନ ଜିତିଥିବା ମନ୍ତ୍ରୀ ସୁମିତ ସିଂହଙ୍କୁ ଦଳ ଚକାଇ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଦଳ ଜମା ଖାନ୍ଙ୍କୁ ଚଇନପୁର ଆସନ ଏବଂ ଜୟନ୍ତ ରାଜଙ୍କୁ ଅମରପୁର ଓ ଲେସି ସିଂହଙ୍କୁ ଧମଦାହାରୁ ପ୍ରାର୍ଥୀ କରିଛି। ବଶିଷ୍ଟ ସିଂହଙ୍କୁ ଦଳ କରଗହରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବୁଲୋ ମଣ୍ଡଳଙ୍କୁ ଗୋପାଳପୁରରୁ ପ୍ରାର୍ଥୀ କରାଯାଇଛି। ଇତିମଧ୍ୟରେ ଗୋପାଳ ମଣ୍ଡଳଙ୍କ ଟିକେଟ୍ ବାତିଲ କରାଯାଇଛି। ଜେଡିୟୁର ଚୂଡ଼ାନ୍ତ ତାଲିକାରେ ୩୭ ଓବିସି ପ୍ରାର୍ଥୀ, ୨୨ ଇବିସି, ସାଧାରଣ ବର୍ଗରୁ ୨୨ , ଏସ୍ସି ଶ୍ରେଣୀରୁ ୧୫ ଏବଂ ଏସ୍ଟି ଶ୍ରେଣୀରୁ ଜଣେ ପ୍ରାର୍ଥୀ ଅଛନ୍ତି। ଏଥି ସହ ତାଲିକାରେ ୪ ଜଣ ମୁସଲମାନ ପ୍ରାର୍ଥୀ ରହିଥିବା ଜଣାପଡ଼ିଛି।
ଚୂଡ଼ାନ୍ତ ତାଲିକା ଜାରି କଲା ଜେଡିୟୁ
ବିହାରରେ ଶାସକ ଏନ୍ଡିଏ ମଧ୍ୟରେ ଆସନ ବୁଝାମଣା ନେଇ ଏବେ ବି ଦ୍ବନ୍ଦ୍ବ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଆଜି ଏହାର ଚୂଡ଼ାନ୍ତ ପ୍ରାର୍ଥୀ...
/sambad/media/media_files/2025/10/17/untitled-2-2025-10-17-06-49-35.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)