ପାଟନା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସମର୍ଥନ ଜଣାଇଛି। ଜେଡିୟୁର ଜାତୀୟ ମୁଖପାତ୍ର କେ.ସି ତ୍ୟାଗୀ କହିଛନ୍ତି, ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳିବା ଦରକାର। ଓଡ଼ିଶା ସମେତ ବିହାର ଓ ଆନ୍ଧ୍ର ପାଇଁ ମଧ୍ୟ ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି। ସାମୁଦ୍ରିକ ଝଡ଼ ଫନି ଯୋଗୁଁ ନିକଟରେ ଓଡ଼ିଶାର ବ୍ୟାପକ କ୍ଷତି ହୋଇଛି। ଅତୀତରେ ମଧ୍ୟ ତିତ୍ଲି, ଫାଇଲିନ୍, ହୁଡହୁଡ୍ ଭଳି ଦୁର୍ବିପାକ ଓଡ଼ିଶାର ବିକାଶରେ ବାଧକ ସାଜିଥିଲା। ଏଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ସର୍ତ୍ତାବଳୀ ବଦଳିବା ଦରକାର। ଏଥି ସହ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓ ଜଗନ ମୋହନ ରେଡ୍ଡି ସମର୍ଥନ କରନ୍ତୁ ବୋଲି କେ.ସି ତ୍ୟାଗୀ ପରାମର୍ଶ ଦେଇଛନ୍ତି।
ନବୀନଙ୍କ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଜେଡିୟୁର ସମର୍ଥନ
/sambad/media/post_attachments/wp-content/uploads/2019/05/naveen-patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)