ଜାପାନରେ ‘ଜେବି’ ନେଲା ୧୨ ଜୀବନ

ଟୋକିଓ: ଜାପାନ୍‌ରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଜେବି’ ଆତଙ୍କ ଖେଳାଇ ଦେଇଛି। ଦୀର୍ଘ ୨୫ ବର୍ଷରେ ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ କୁହାଯାଉଥିବା ‘ଜେବି’ ହେତୁ ୧୨ ଜଣଙ୍କ ପ୍ରାଣହାନି ଘଟିଛି। ପାଖାପାଖି ୪୦୦ ଜଣ ଏଥିଯୋଗୁଁ ଆହତ ହୋଇଛନ୍ତି। କାନ୍‌ସାଇ ବିମାନବନ୍ଦରରେ ପାଖାପାଖି ୩୦୦୦ ଯାତ୍ରୀ ଫସିଛନ୍ତି। ସାମୁଦ୍ରିକ ଝଡ଼ ହେତୁ ଦେଶରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅନ୍ଧାରରେ ରହିଛନ୍ତି। ଭୂସ୍ଖଳନ ହେତୁ ଅନେକ ଘରଦ୍ୱାର ଭୁଶୁଡ଼ି ପଡ଼ିଛି। ଘଣ୍ଟାପ୍ରତି ୨୦୮ କିମି ବେଗରେ ପବନ ବହୁଛି। କାନସାଇ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଥିବା ବେଳେ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଆହୁରି ୨ ଦିନ ରହିବ ବୋଲି ଜଣାପଡ଼ିଛି। ତଟବର୍ତ୍ତୀ ଅଂଚଳର ପ୍ରାୟ ୭ ହଜାର ଲୋକଙ୍କୁ ଏକ ସ୍ୱତନ୍ତ୍ର ଶିବିରରେ ରଖାଯାଇଛି। ବନ୍ଦର ଅଂଚଳ ଛାରଖାର ହୋଇଯାଇଥିବା ବେଳେ ୬୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର