ଜେଇଇ ମେନ୍‌ ୨୦୨୦: ଇଚ୍ଛୁକ ପରୀକ୍ଷାର୍ଥୀମାନେ ମେ ୨୪ ପର୍ଯ୍ୟନ୍ତ ଆବେଦନ ଫର୍ମ ପକାଇ ପାରିବେ

ନୂଆଦିଲ୍ଲୀ: ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍‌ଜାମ୍‌(ଜେଇଇ-ମେନ୍‌ସ) ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନେସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ ପରୀକ୍ଷାର୍ଥୀମାନେ ମେ ୧୯ ତାରିଖରୁ ମେ ୨୪ ତାରିଖ ମଧ୍ୟରେ ଜେଇଇ-ମେନ୍‌ସ ପରୀକ୍ଷା ପାଇଁ ଆବେଦନ କରିପାରିବେ।

ବିଦେଶରେ ଥିବା କଲେଜ୍‌ମାନଙ୍କରେ ପାଠ ପଢ଼ିବାକୁ ଇଚ୍ଛା ରଖି ଫର୍ମ ଭରି ପରବର୍ତ୍ତୀ ମୁହୂର୍ତ୍ତରେ କରୋନା ପାଇଁ ମନ ବଦଳାଇ ଭାରତରେ ପଢ଼ିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ମାନବ ସମ୍ବଳ ବିଭାଗ(ଏଚ୍‌ଆର୍‌ଡି)ର ଏହି ଘୋଷଣା ନିଶ୍ଚୟ ଆଶ୍ବସ୍ତି ପ୍ରଦାନ କରିବ।

Jagran English

ଉଲ୍ଲେଖଯୋଗ୍ୟ, ମାନବ ସମ୍ବଳ ବିଭାଗର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ‌ ନିକଟରେ ଟ୍ବିଟ କରି କହିଥିଲେ ଯେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଜରିଆରେ ମେ ୨୪ ସୁଦ୍ଧା ଆବେଦନ କରନ୍ତୁ। ମାତ୍ର କୋଭିଡ୍‌-୧୯ ଭୟରେ ପୂର୍ବରୁ ବିଦେଶ ଯାଇ ପାଠ ପଢ଼ିବାକୁ ଇଚ୍ଛୁକ ଥିବା ଅନେକ ଛାତ୍ରଛାତ୍ରୀ ମନ ବଦଳାଇ ଭାରତରେ ପଢ଼ିବାକୁ ନିଷ୍ପତ୍ତି ନେବା ପରେ ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁଯୋଗ ଦିଆଯାଇଛି।

ସେହିପରି ଏନ୍‌ଟିଏର ନିର୍ଦ୍ଦେଶକ ବିନିତ ଜୋଶୀ କହିଛନ୍ତି କି ଯେଉଁମାନେ ଅନ୍ୟ କ‌ୌଣସି କାରଣରୁ ଆବେଦନ ଫର୍ମ ଭରିନାହାନ୍ତି ସେମାନେ ମଧ୍ୟ ଏହି ସୁଯୋଗର ଲାଭ ଉଠାନ୍ତୁ। ଆସନ୍ତା ଜୁଲାଇ ୧୮ରୁ ୨୩ ତାରିଖ ମଧ୍ୟରେ ଜେଇଇ ପରୀକ୍ଷା ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର