ମାର୍ଚ୍ଚ ୧୨କୁ ଘୁଞ୍ଚିଲା ଜେଇଇ(ମେନ୍)୨୦୨୦ ପଞ୍ଜୀକରଣର ସମୟସୀମା

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ଏପ୍ରିଲ ୨୦୨୦ ଜେଇଇ(ମେନ୍) ପରୀକ୍ଷା ପାଇଁ ପଞ୍ଜୀକରଣର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବରୁ ପଞ୍ଜୀକରଣର ଶେଷ ତାରିଖ ମାର୍ଚ୍ଚ ୬ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୧୨ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ପରୀକ୍ଷାର୍ଥୀମାନେ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଞ୍ଜୀକରଣ କରିନାହାନ୍ତି, ସେମାନେ ଏବେ ପଞ୍ଜୀକରଣ କରିପାରିବେ।

ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଅନଲାଇନ୍ ଆବେଦନ ପତ୍ରର ଶୁଳ୍କ ଏବଂ ପଞ୍ଜୀକରଣ କରିବାର ଶେଷ ତାରିଖ ମାର୍ଚ୍ଚ ୧୨ ରଖାଯାଇଛି। ଯଦି ପରୀକ୍ଷାର୍ଥୀମାନେ ନିଜର ଅ‌ାବେଦନ ପତ୍ରରେ କୌଣସି ପ୍ରକାରର ପରିବର୍ତ୍ତନ ବା ସଂଶୋଧନ କରିବାକୁ ଚାହୁଛନ୍ତି, ତେବେ ମାର୍ଚ୍ଚ ୧୩ରୁ ୧୬ପର୍ଯ୍ୟନ୍ତ ସେମାନେ ସଂଶୋଧନ କରିପାରିବେ। ହେଲେ ପରୀକ୍ଷାର୍ଥୀମାନଙ୍କୁ ସଂଶୋଧନ କରିବାକୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

ସୂଚନା ମୁତାବକ, ଏପ୍ରିଲରେ ହେବାକୁ ଥିବା ପରୀକ୍ଷା ପାଇଁ ଫେବ୍ରୁଆରି ୭ରେ ଜେଇଇ(ମେନ୍)ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆବେଦନ କରି ନଥିବା ପରୀକ୍ଷାର୍ଥୀମାନେ ଅଧିକାରୀକ ୱେବସାଇଟ୍ jeemain.nta.nic.inକୁ ଯାଇ ଆବେଦନ ଫର୍ମ ପାଇ ପାରିବେ। ଜେଇଇ(ମେନ୍) ପରୀକ୍ଷା ଏପ୍ରିଲ୍ ୫, ୭, ୯ ଏବଂ ୧୧, ୨୦୨୦ ରେ ଅନୁଷ୍ଠିତ ହେବ। ପାରୀକ୍ଷା ଶେଷ ହେବା ପରେ ଜେଇଇ(ମେନ୍) ୨୦୨୦ ଫଳାଫଳ ଏପ୍ରିଲ୍ ୩୦ରେ ପ୍ରକାଶ ପାଇବ। ଜାନୁଆରିରେ ହୋଇଥିବା ଜେଇଇ(ମେନ୍) ପରୀକ୍ଷାର ଫଳାଫଳରେ ଯେଉଁ ପରୀକ୍ଷାର୍ଥୀମାନେ ଖୁସି ନାହାନ୍ତି, ସେମାନେ ଏପ୍ରିଲରେ ହେବାକୁ ଥିବା ଜେଇଇ(ମେନ୍) ପରୀକ୍ଷା ପୁନର୍ବାର ଦେଇ ପାରିବେ।

Image result for JEE Main 2020 registration deadline extended till March 12
Hindustan Times

୧.ଅନଲାଇନ୍ ପଞ୍ଜୀକରଣ କରିବା ପାଇଁ ପ୍ରଥମେ jeemain.nta.nic.inକୁ ଯାଆନ୍ତୁ।

୨.ହୋମପେଜରେ ଥିବା ଆପ୍ଲିକେସନ ଫର୍ମ ଫର୍ ଜେଇଇ(ମେନ୍) ଏପ୍ରିଲ ୨୦୨୦ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରନ୍ତୁ।

୩.ଏହା ପରେ ଫର୍ମକୁ ପୂରଣ କରିବା ସହ ଦରକାର ଥିବା ସବୁ କାଗଜପତ୍ର ଯୋଡ଼ି ଫଟୋ ଏବଂ ଦସ୍ତଖତକୁ ସ୍କାନ କରି ଯୋଡ଼ନ୍ତୁ।

୪. ଏହା ପରେ ଅ‌ାବେଦନ ପତ୍ର ପାଇଁ ଥିବା ଟଙ୍କା ଦେବା ସହ ସବମିଟ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

 

ସମ୍ବନ୍ଧିତ ଖବର