ଜେଇଇ ମେନ ୨୦୨୧: ଜୁଲାଇ ୨୦ ରୁ ୨୫ ତୃତୀୟ ସେସନ ଏବଂ ଜୁଲାଇ ୨୭ରୁ ଅଗଷ୍ଟ ୨ ଚତୁର୍ଥ ସେସନ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ଆଜି ସନ୍ଧ୍ୟା ୭ଟାରେ ଛାତ୍ରଛାତ୍ରୀମାନଙ୍କୁ ଜେଇଇ ମେନ ୨୦୨୧ର ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଜଣାଇଛନ୍ତି | ରମେଶ ପୋଖ୍ରିଆଲ କହିଛନ୍ତି ଯେ, ଜେଇଇ ମେନ ତୃତୀୟ ସେସନ ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଚତୁର୍ଥ ସେସନ ଯାହା ପୂର୍ବରୁ ମେ ମାସରେ ଅନୁଷ୍ଠିତ ହେବାର ଥିଲା ତାହା ଜୁଲାଇ ୨୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଅନିଷ୍ଠିତ ହେବ।

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଜେଇଇ ମେନ ପ୍ରଥମ ଥର ପାଇଁ ବର୍ଷକୁ ଚାରିଥର ପରିଚାଳିତ ହେଉଛି | କୋଭିଡ -୧୯ ମାମଲାରେ ବୃଦ୍ଧି ହେତୁ ୨୦୨୧ରେ ଏପ୍ରିଲ୍ ଏବଂ ମେ’ରେ ହେବାକୁଥିବା ଜେଇଇ ମେନର ପରୀକ୍ଷା ସ୍ଥଗିତ ରଖାଯାଇଥିଲା, ଯାହାକୁ ଚଳିତ ମାସରେ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ  |

Premium Photo | Unrecognizable schoolgirl writing in notepad
Freepik

ନିଟ-ୟୁଜି ୨୦୨୧ ପରୀକ୍ଷା ଅଗଷ୍ଟ ୧ ପାଇଁ ଧାର୍ଯ୍ୟ କରାଯାଇଛି | କିନ୍ତୁ ସମୀକ୍ଷା ପରେ ତାହା ପରିବର୍ତ୍ତନ ହେବାର ସମ୍ଭାବନା ଅଛି | ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦାବି କରିଆସୁଥିଲେ ଏବଂ ଅନେକ ଭାରତରେ ଦୁଇଟି ପ୍ରମୁଖ ପ୍ରବେଶିକା ପରୀକ୍ଷା ବାତିଲ କରିବାକୁ ଦାବି କରିଆସୁଥିଲେ । ତେବେ ଆଜି ଏନେଇ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି |

ସମ୍ବନ୍ଧିତ ଖବର