ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି (ବୁଧବାର) କହିଛନ୍ତି ଯେ ଜେଇଇ (ମେନ୍) ୨୦୨୧ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ/ ପରୀକ୍ଷାସୂଚୀ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଘୋଷଣା କରାଯିବ। ଏଥିପାଇଁ ଟ୍ଵିିଟରରେ ନିଜ ନିଜର ଗଠନମୂଳକ ପରାମର୍ଶ ଜଣାଇଥିବାରୁ ସେ ଛାତ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ମିଳିଥିବା ପରାମର୍ଶଗୁଡ଼ିକୁ ଏନ୍ଟିଏ ଯାଞ୍ଚ କରିଛି। ଏବଂ ସେ ଆଜି ପରୀକ୍ଷା କାର୍ଯ୍ୟସୂଚୀ ଏବଂ ବର୍ଷକୁ କେତେ ଥର ଏହି ପରୀକ୍ଷା ଅନୁଷ୍ଠିତ ହେବ ସେ ନେଇ ଘୋଷଣା କରିବେ।
Thank you all for sharing your constructive suggestions regarding JEE (Main) exams. We have got your suggestions examined. I will be announcing the schedule, number of times the exam will be held at 6 PM today. Stay tuned.@DDNewslive@PIB_India@EduMinOfIndia@MIB_Indiapic.twitter.com/Ibp9QqhzOd
— Dr. Ramesh Pokhriyal Nishank (@DrRPNishank) December 16, 2020
ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଜେଇଇ (ମେନ୍) ପରୀକ୍ଷା ସମ୍ବନ୍ଧରେ ତୁମମାନଙ୍କର ଗଠନମୂଳକ ପରାମର୍ଶ ବାଣ୍ଟିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆମେ ଆପଣଙ୍କର ପରାମର୍ଶଗୁଡିକ ପରୀକ୍ଷା କରିଛୁ। ମୁଁ ପରୀକ୍ଷା ସଂପର୍କିିତ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆଜି ସନ୍ଧ୍ୟା ୬ଟାରେ ଘୋଷଣା କରିବି। ଏବଂ ବର୍ଷକୁ କେତେଥର ପରୀକ୍ଷା ଅନୁଷ୍ଠିତ ହେବ ତାହା ମଧ୍ୟ ସ୍ପଷ୍ଟ କରିବି।