ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଆଜି ଜେଇଇ ମେନ ପରୀକ୍ଷା -୨୦୨୧ ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଦେଶର ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଜେଇଇ ମେନ କେଉଁ ଦିନ ହେବ ଏଥିପାଇଁ ଛାତ୍ରମାନେ କେବେ ଆବେଦନ କରିପାରିବେ ତାହା ଶିକ୍ଷା ମନ୍ତ୍ରୀ ଆଜି ସନ୍ଧ୍ୟା ୬ ଟାରେ ଘୋଷଣା କରିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଘୋଷଣା କରି କହିଛନ୍ତି କି, ବର୍ଷକୁ ଚାରିଥର ଜେଇଇ ମେନ ପରୀକ୍ଷା ହେବ। ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ ଏବଂ ମେ’ରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଫେବ୍ରୁଆରି୨୩ରୁ ୨୬ ମଧ୍ୟରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବ।
ତେବେ ଏହି ଚାରିଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ଯେକୌଣସି ସମୟରେ ନିଜ ଇଚ୍ଛାରେ ଏହି ପ୍ରବେଶିକା ପରୀକ୍ଷା ଦେଇ ପାରିବେ। ସେମାନେ ସ୍ବଇଚ୍ଛା ଅନୁଯାୟୀ ପରୀକ୍ଷା ମାସ ଚୟନ କରି ପାରିବେ।
We have examined your suggestions regarding JEE (Mains) and on the basis of the same, I am announcing the schedule of the exam. @SanjayDhotreMP @EduMinOfIndia @PIB_India @MIB_India @DDNewslive @mygovindia https://t.co/yKUwnQRXlw
— Dr. Ramesh Pokhriyal Nishank (@DrRPNishank) December 16, 2020
ରମେଶ ପୋଖରୀଆଲ ନିଶଙ୍କ ଡିସେମ୍ବର ୧୦ ରେ ଏକ ୱେବିନାର ମାଧ୍ୟମରେ ଆଗାମୀ ବୋର୍ଡ ପରୀକ୍ଷା, ଜେଇଇ ମେନ୍ ଏବଂ ନିଟ ପରି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସଙ୍ଗରେ ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକଙ୍କୁ ଉତ୍ତର ଦେଇଥିଲେ।
ସେ କହିଥିଲେ କି ଜେଇଇ ମେନ -୨୦୨୧ ଏବଂ ନିଟ ୨୦୨୧ ଏହି ଦୁଇଟି ପ୍ରତିଯୋଗିତାମୂଳକ ପରୀକ୍ଷାର ସିଲାବସ୍ ହ୍ରାସ କରିବାକୁ ଗଭୀର ଆଲୋଚନା ଚାଲିଛି | ବର୍ଷକୁ ଦୁଇଥର ଜେଇଇ ମେନ ପରୀକ୍ଷା ହୋଇଥାଏ। ଏହାକୁ ତିନିରୁ ଚାରିଥର କରିବା ପାଇଁ ସରକାର ବିଚାର କରୁଛନ୍ତି।