ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଜେଇଇ(ମୁଖ୍ୟ) ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିବ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଦେଖାଯାଇଥିବା ଅଭୂତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ(ମୁଖ୍ୟ) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ବନ୍ୟା ଓ ଭୂସ୍ଖଳନ ପ୍ରପୀଡ଼ିତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସିପାରିବେ ନାହିଁ, ସେମାନଙ୍କୁ ଆଉ ଏକ ତାରିଖରେ ପରୀକ୍ଷା କରିବାକୁ ସୁଯୋଗ ଦିଆଯିବ । ଏ ସମ୍ପର୍କରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ଆସନ୍ତା ୨୫ ଓ ୨୭ ଜୁଲାଇରେ ଜେଇଇ (ମୁଖ୍ୟ) ପରୀକ୍ଷା ହେବାକୁ ଥିବାବେଳେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମହାରାଷ୍ଟ୍ରର ରତ୍ନଗିରି, ପାଲଘର, କୋହ୍ଲାପୁର, ରାଇଗଡ, ସିନଦୁର୍ଗ, ସାଂଗଲି ଆଦି ଜିଲ୍ଲାର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସିବା ସମ୍ଭବ ହେବ ନାହିଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ଏ ନେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଏନଟିଏ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ ଶୀଘ୍ର ଏନଟିଏ ପକ୍ଷରୁ ସେମାନଙ୍କ ପାଇଁ ଆଉ ଏକ ତାରିଖ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର