ନୂଆଦିଲ୍ଲୀ: ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟ ଏଜେନ୍ସି (ଏନଟିଏ) ସେସନ୍-୨ ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀ  jeemain.nta.ac.in ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।

Advertisment

ଚଳିତ ବର୍ଷ, ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ।

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି । ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି ।

ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ଏନଟିଏ ସ୍କୋର ହୋଇଥିବା ରେକର୍ଡ କରାଯାଇଛି ।