ନୂଆଦିଲ୍ଲୀ: ପୁଣେ ବିମାନବନ୍ଦରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ବିମାନ ଉଡ଼ିବାକୁ ରନୱେରେ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ ସାମ୍ନାକୁ ଏକ ଜିପ୍ ଓ ଜଣେ ବ୍ୟକ୍ତି ଚାଲି ଆସିଥିଲେ। ଜିପ୍ ଓ ଉକ୍ତ ବ୍ୟକ୍ତିଙ୍କୁ ଯେପରି କୌଣସି ଆଘାତ ନଲାଗେ ତାହାକୁ ଦୃଷ୍ଟିରେ ରଖି ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଉପରକୁ ଉଠାଇ ଦେଇଥିଲେ। ମାତ୍ର ବିମାନର ଗୋଟିଏ ପାର୍ଶ୍ୱ କ୍ଷତିଗ୍ରସ୍ତ ହୋଇଯାଇଥିବା ଜଣାପଡ଼ିଛି। ଏଭଳି ଏକ ଭୟାବହ ଘଟଣା ଘଟିବା ସତ୍ତ୍ୱେ ପାଇଲଟ ଦିଲ୍ଲୀ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି।
Hindustan Timesବେସାମରିକ ବିମାନଚାଳଚଳ ନିର୍ଦ୍ଦେଶାଳୟ ଅଧିକାରୀଙ୍କ କହିବାନୁସାରେ, ପୁଣେ ବିମାନବନ୍ଦରରେ ଶନିବାର ସକାଳେ ଏୟାରଇଣ୍ଡିଆର ଏ-୩୨୧ ଏୟାରକ୍ରାଫ୍ଟ ଉଡ଼ାଣ ସମୟରେ ଏହି ଘଟଣା ଘଟିଥିଲା। ଉଡ଼ାଣ ପାଇଁ ରନୱେରେ ୧୨୦ ନୋଟସ୍ ସ୍ପିଡରେ ବିମାନଟି ଯାଉଥିବା ସମୟରେ କ୍ରୁ ରନୱେରେ ଏକ ଜିପ୍ ଓ ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ। ବିମାନଟି ଜିପ୍ ଓ ବ୍ୟକ୍ତିଙ୍କ ସହ ଯେପରି ଧକ୍କା ନ ଖାଏ ସେଥିପ୍ରତି ଦୃଷ୍ଟି ଦେଇ ପାଇଲଟ ଠିକ୍ ସମୟରେ ବିମାନକୁ ଲିପ୍ଟ କରି ନେଇଥିଲେ।
The Economic Timesପ୍ରାଥମିକ ଯାଞ୍ଚରୁ ଡିଜିସିଏର ଜଣେ ଅଧିକାରୀଙ୍କ କହିଛନ୍ତି, ‘ଯାଞ୍ଚ ପାଇଁ ବିମାନକୁ ସେବାରୁ ହଟାଇ ଦିଆଯାଇଛି। ଏୟାରଇଣ୍ଡିଆକୁ ପରାମର୍ଶ ଦିଆଯାଇଛି କି ସେମାନେ ପୁଣେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଯୋଗାଯୋଗ କରି ରନୱେରେ କୌଣସି ଚିହ୍ନ ରହିଛି କି ନାହିଁ,ତାହା ଯାଞ୍ଚ କରି ରିପୋର୍ଟ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Jeep-in-runWay-15_Thumb-copy.jpg)