ଅହମଦାବାଦ,: ଗୁଜରାଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତିି। ଗୁଜରାଟର ଖେଡ଼ା ଜିଲ୍ଲାର କାଠଲାଲ୍ ସହର ନିକଟସ୍ଥ ଅହମଦାବାଦ୍- ଇେନ୍ଦୋର ହାଇେଓ୍ଵରେ ଏକ ଟ୍ରକ୍କୁ ଏକ ଜିପ୍ ଧକ୍କା ଦେବା ଫଳରେ ଜିପ୍ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ସେଜଓ୍ଵାଡ଼ା ଗ୍ରାମର ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ସହ ଅନ୍ୟକିଛି ଗ୍ରାମ ବାସିନ୍ଦା ଅହମଦାବାଦ୍ର ଢୋକଲାରୁ ନିଜ ଘରକୁ ଫେରୁଥିବା ସମୟରେ ରାତି ପାଖାପାଖି ୩ଟା ସମୟରେ ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ଜିପ୍କୁ ଧକ୍କା ଦେଲା ଟ୍ରକ୍, ୧୩ ମୃତ
/sambad/media/post_attachments/wp-content/uploads/2017/11/Truck-jeep-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)