ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଜିସାନ ଅଖତରକୁ କାନାଡା ପୁଲିସ ଅଟକ ରଖିଛି । ସେ ବର୍ତ୍ତମାନ କାନାଡା ପୁଲିସ ହେପାଜତରେ ରହିଥିବା ମୁମ୍ବାଇ ପୁଲିସ ସୂତ୍ରରୁ ସୂଚନା ମିଳିଛି । ଜିସାନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି । ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସୁଟରମାନଙ୍କ ହ୍ୟାଣ୍ଡଲର ଥିଲା ବୋଲି ଜଣାପଡ଼ିଛି ।
ସେ ମୁଖ୍ୟତଃ ତିନି ଜଣ ସୁଟର - ଧର୍ମରାଜ କଶ୍ୟପ, ଗୁରମେଲ ବଲଜିତ ସିଂହ ଏବଂ ଶିବକୁମାର ଗୌତମଙ୍କ ହ୍ୟାଣ୍ଡଲର ଥିଲା। ଜଳନ୍ଧର ଜେଲରେ ଥିବାବେଳେ ଗୁରମେଲ ସଂସ୍ପର୍ଶରେ ଆସିଥିଲା ଓ ଉଭୟ ବାବା ସିଦ୍ଦିକଙ୍କୁ ହତ୍ୟା କରିବା ନେଇ ଆଲୋଚନା କରିଥିଲେ ।
ଜଳନ୍ଧରର ବାସିନ୍ଦା ଜିଶାନ ଅଖତରର ପ୍ରକୃତ ନାମ ମହମ୍ମଦ ୟାସିନ ଅଖତର । ତାକୁ ୨୦୨୨ ମସିହାରେ ପଞ୍ଜାବ ପୁଲିସ ଗିରଫ କରିଥିଲା। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ତଦନ୍ତରେ ଜିଶାନର ନାମ ସାମ୍ନାକୁ ଆସିଥିଲା। ସେ ମୁଖ୍ୟତଃ ତିନି ଜଣ ସୁଟର - ଧର୍ମରାଜ କଶ୍ୟପ, ଗୁରମେଲ ବଲଜିତ ସିଂହ ଏବଂ ଶିବକୁମାର ଗୌତମଙ୍କ ହ୍ୟାଣ୍ଡଲର ଥିଲା। ଜଳନ୍ଧର ଜେଲରେ ଥିବାବେଳେ ଗୁରମେଲ ସଂସ୍ପର୍ଶରେ ଆସିଥିଲା ଓ ଉଭୟ ବାବା ସିଦ୍ଦିକଙ୍କୁ ହତ୍ୟା କରିବା ନେଇ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଯେ ୧୨ ଅକ୍ଟୋବର ୨୦୨୪ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଲରେନ୍ସ ବିଷ୍ଣୋଇ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା । ଏହି ହତ୍ୟାକାଣ୍ଡ ପରେ ଜିସାନ କାନାଡା ଫେରାର ହୋଇଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/10/HvstsmuG3tgU88seWuYF.jpg)