ମହାକାଶ ଗଲେ ବିଶ୍ବର ନଂ୧ ଧନୀ ଜେଫ ବେଜୋସ୍

ଟେକ୍ସାସ : ଆମାଜନ ପ୍ରତିଷ୍ଠାତା ତଥା ବିଶ୍ବର ନଂ୧ ଧନୀ ବ୍ୟକ୍ତି ଜେଫ ବେଜୋସ୍ ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ସମୟ ୬ଟା ୪୦ ମିନିଟ ସମୟରେ ବେଜୋସଙ୍କ କମ୍ପାନି ବ୍ଲୁ ଅରିଜନର ରକେଟ୍ ସେଫାର୍ଡ ମାଧ୍ୟମରେ ସେ ପଶ୍ଚିମ ଟେକ୍ସାସରୁ ମହାକାଶ ଯାତ୍ରା କରିଛନ୍ତି । ରିଚାର୍ଡ ବ୍ରାନସନଙ୍କ ମହାକାଶ ଯାତ୍ରାର ୯ ଦିନ ପରେ ୨ୟ ଧନୀ ବ୍ୟକ୍ତିଭାବେ ସେ ମହାକାଶକୁ ଯାଇଛନ୍ତି ।

ବେଜୋସଙ୍କ ସହିତ ତାଙ୍କ ଭାଇ ମାର୍କ, ୮୨ ବର୍ଷୀୟ ପୂର୍ବତନ ପାଇଲଟ ଓ୍ବାଲି ଫଙ୍କ୍ ଓ ୧୮ ବର୍ଷୀୟ କିଶୋର ଅଲିଭର ଡାଇମାନ ମହାକାଶ ଯାତ୍ରା କରିଛନ୍ତି । ସେମାନେ ଭୂପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚକୁ ଯାଇଥିଲେ । ସେଠାରେ ୧୦ ମିନିଟ ପର୍ୟ୍ୟନ୍ତ ରହି ପୃଥିବୀକୁ ନିରୀକ୍ଷଣ କରିବାପରେ ଭୂପୃଷ୍ଠକୁ ଫେରିଆସିଛନ୍ତି ।
ଗତ ୧୧ତାରିଖରେ ବ୍ରିଟିଶ ଶିଳ୍ପପତି ରିଚାର୍ଡ ବ୍ରାନସନ ଭିଏସଏସ ୟୁନିଟି ମାଧ୍ୟମରେ ମହାକାଶକୁ ଯାକ୍ରା କରିଥଲେ । ଉକ୍ତ ମହାକାଶ ଯାନରେ ବ୍ରାନସନ, ଭାରତୀୟ ବଂଶୋଦ୍ଭବ ଶିରିସା ବନ୍ଦଲାଙ୍କ ସମେତ ମୋଟ ୬ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ ।

ସମ୍ବନ୍ଧିତ ଖବର