ବର୍ଷକ ମଧ୍ୟରେ ଜେଫ୍‌ ବେଜୋସ୍‌ଙ୍କୁ ପଛରେ ପକାଇଲେ ବିଲ୍‌ ଗେଟ୍‌ସ, ବନିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : ୨୦୧୮ରେ ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ପାଲଟିଥିଲେ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । କିନ୍ତୁ ବର୍ଷକ ମଧ୍ୟରେ ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଜେଫ୍‌ ବେଜୋସ୍‌ଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି । ଏବେ ୨୦୧୯ରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି  ଜେଫ୍‌ ବେଜୋସ୍‌ । ଗୁରୁବାର ଆମାଜନ୍‌ ଲକଲଷ୍ଟ୍ରେ ୨୦୧୯ର ତୃତୀୟ ତ୍ରୈମାସିକୀରେ ରିପୋର୍ଟରେ ବେଜୋସଙ୍କ ଷ୍ଟକ ଭାଲ୍ୟୁରେ ୭ ବିଲିୟନ୍ ଡଲାର ହ୍ରାସ ପାଇଥିବା ସାମ୍ନାକୁ ଆସିଥିଲା । ଫଳରେ ଜେଫ୍‌ ବେଜୋସ୍‌ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ସ୍ପଷ୍ଟ ହୋଇଥିଲା ।

୨୦୧୮ରେ ସେ ୧୪୧.୯ବିଲିୟନ ଡଲାରର ମାଲିକ ହୋଇ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇଥିଲେ । ସେତେବେଳେ ବିଲ୍‌ ଗେଟ୍‌ସଙ୍କ ପାଖରେ ମାତ୍ର ୯୨.୯ବିଲିୟନ ଡଲାର ସଂପତ୍ତି ରହିଥିଲା । କିନ୍ତୁ ବର୍ଷକ ମଧ୍ୟରେ ଦୁହିଁଙ୍କ ସମ୍ପତ୍ତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୁରୁବାର ଆମାଜନର ସେୟାର ୭ପ୍ର ତିଶତ କମିଯିବା କାରଣରୁ ଜେଫ୍‌ଙ୍କ ସମ୍ପତ୍ତି ୧୦୩.୯ବିଲିୟନ ଡଲାରକୁ ଖସି ଯାଇଥିବା ବେଳେ ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ପାଖରେ ଏବେ ୧୦୫.୭ ବିଲିୟନ ଡଲାରର ସମ୍ପତ୍ତି ରହିଛି ।

Image result for jeff-bezos and bill gates

ସୂଚନା ମୁତାବକ, ୨୦୧୮ରେ ଜେଫ୍‌ ବେଜୋସ୍‌ ବିଲ୍‌ ଗେଟ୍‌ସଙ୍କର ୨୪ବର୍ଷର ରେକର୍ଡକୁ ଭାଙ୍ଗି ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବନିବାରେ ସଫଳ ହୋଇଥିଲେ । ଆମାଜନ କମ୍ପାନି ସାର୍ବଜନିକ ହେବା ପରେ ୧୯୯୮ରେ ସେ ପ୍ରଥମ ଥର ଫୋର୍ବସ୍‌ର ସବୁଠାରୁ ଧନୀ ୪୦୦ଲୋକଙ୍କ ସୂଚୀରେ ନିଜ ନାଁକୁ ସାମିଲ କରିଥିଲା ।

ସମ୍ବନ୍ଧିତ ଖବର