ନୂଆଦିଲ୍ଲୀ: ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ ମହାକାଶକୁ ଯିବେ। ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ବୋଲି କୁହାଯାଉଛି।
ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । ତେଣୁ ତାଙ୍କର ଏହି ମହାକାଶ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି ।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜେଫ୍ ବେଜୋସ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ସେ ମହାକାଶକୁ ଯିବାକୁ ସ୍ୱପ୍ନ ଦେଖିଥିଲେ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ତାଙ୍କ ଭାଇଙ୍କ ସହିତ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/https___d1e00ek4ebabms.cloudfront.net_production_17840591-7efd-4eb7-82de-a79cc317ff55.jpg)