୬୪୦ କୋଟିରେ ବିକ୍ରି ହେଲା ଷ୍ଟିଲ ଠେକୁଆ

ନ୍ୟୁୟର୍କ: ଆମେରିକୀୟ ଶିଳ୍ପୀ ଜେଫ କୁନସଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ କଳାକୃତି ପାଖାପାଖି ୬୪୦ କୋଟି ଟଙ୍କାରେ ନିଲାମ ହୋଇଛି | ଷ୍ଟେନଲେସ ଷ୍ଟିଲରେ ଏକ ଠେକୁଆ ସେ ପ୍ରସ୍ତୁତ କରିଥିଲେ | ଏହି କଳାକୃତିଟି ୯.୧ କୋଟି ଡଲାର ବା ୬୪୦ କୋଟି ଟଙ୍କାରେ ନିଲାମ ହୋଇଛି | ଏହି ବିକ୍ରି ସହ ଜେଫ ନୂଆ ରେକର୍ଡ ବି ସ୍ଥାପନ କରିଛନ୍ତି | ଜୀବିତ କଳାକାର ଭାବେ ସବୁଠାରୁ ମହଙ୍ଗା କଳାକୃତି ଭାବେ ସେ ଏହାକୁ ନିର୍ମାଣ କରିଛନ୍ତି | ୩ ଫୁଟ ଉଚ୍ଚତାର ଏହି ଠେକୁଆର ନିଲାମୀ ୫ରୁ ୭ କୋଟି ଡଲାର ମଧ୍ୟରେ ଆରମ୍ଭ ହୋଇଥିଲା | ପରେ କିନ୍ତୁ ୯ କୋଟି ଡଲାରରେ ଏହି ନିଲାମ ହୋଇଥିଲା |

କୁନସଙ୍କ କହିବା କଥା ଏହି ଠେକୁଆଟିର ମୁହଁ ନାହିଁ , ଯାହାଫଳରେ ଏହା ଅଧିକ ରହସ୍ୟ ସୃଷ୍ଟି କରୁଛି | ଆପଣଙ୍କୁ ଏହି ଫଟୋଟି ସାଧାରଣ ଲାଗୁଥାଇ ପାରେ , କିନ୍ତୁ ସମସ୍ତ ରେକର୍ଡକୁ ଭାଙ୍ଗିବାରେ ଏହି ମୂର୍ତ୍ତିଟି ସଫଳ ହୋଇଛି | ଏହା ପୂର୍ବରୁ ଡେଭିଡ ହକ୍ଏନ୍ସଙ୍କର ଏକ ଚିତ୍ର ୬୩୪ କୋଟି ଟଙ୍କାରେ ବିକ୍ରି ହୋଇଥିଲା | ୨୦୧୮ରେ ହକ୍ଏନ୍ସଙ୍କର କଳାକୃତି ପରେ କୁନସ ଏହି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି | ହକ୍ଏନ୍ସ ଙ୍କର ନିଲାମ ହୋଇଥିବା ଚିତ୍ରରେ ଗୋଟିଏ ପୋଲ ପାଖରେ ଦୁଇଜଣ ଲୋକ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା |

photo-khabar.ndtv.com

କୁନସ ଏହି କଳାକୃତିକୁ ୧୯୮୬ ମସିହାରେ ପ୍ରସ୍ତୁତ କରିଥିଲେ | ତେବେ ଏତେ ଟଙ୍କାରେ କିଣିଥିବା ଠେକୁଆର କ୍ରେତାଙ୍କ ନାମ ଜଣାପଡ଼ିନାହିଁ | ପୂର୍ବରୁ ଜେଫ କୁନସଙ୍କର ଅନ୍ୟ ଏକ କଳାକୃତି ୪୧୦ କୋଟି ଟଙ୍କାରେ ନିଲାମ ହୋଇଥିଲା | ୨୦୧୩ରେ ଏକ ବେଲୁନ ଡଗର ସେ ନିଲାମ କରିଥିଲେ | ସେହି ସମୟରେ ଏହା ରେକର୍ଡ କରିଥିଲା | ଲଗାତାର ୫ ବର୍ଷ ଯାଏଁ କଳାକୃତିର ରେକର୍ଡ କେହି ଭାଙ୍ଗିପାରିନଥିଲେ | ଆଉ ୨୦୧୮ରେ ଡେଭିଡ ଏହି ରେକର୍ଡକୁ ଭାଙ୍ଗିଦେଇଥିଲେ |

ସମ୍ବନ୍ଧିତ ଖବର