୨୦୧୬ ନାଗ୍‌ରୋଟା ଶିବିର ଆକ୍ରମଣ ପଛରେ ଜେଇଏମ୍‌: ଏନ୍‌ଆଇଏ

ନୂଆଦିଲ୍ଲୀ: ୨୦୧୬ ମସିହା ନାଗରୋଟାରେ ଭାରତୀୟ ସେନା ଶିବିର ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଲି ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପ୍ରକାଶ କରିଛିି। ୨୦୧୬ ମସିହା ନଭେମ୍ବର ୨୯ ତାରିଖରେ ନାଗରୋଟା ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୭ ସେନା ଯବାନ ସହିଦ ହୋଇଯାଇଥିଲେ ଏବଂ ୩ ଜଣ ଆହତ ହୋଇଥିଲେ। ଏନଆଇଏ ଦାବି କରିଛି ଯେ ଉକ୍ତ ଆକ୍ରମଣ ପଛରେ ମୌଲାନା ମସୁଦ ଆଝାରଙ୍କ ନେତୃତ୍ୱରେ ଜୈଶ ଏ ମହମ୍ମଦର ହାତ ରହିଛି। ଅନ୍ୟପକ୍ଷେ ଜଣେ କୁପଓ୍ଵାଡ଼ା ବାସିନ୍ଦା ସୟଦ ମୁନିର ଉଲ ହାସନ କାଦ୍ରି ଉକ୍ତ ଆକ୍ରମଣ ଘଟାଇବାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଆଜି ଏନଆଇଏ ଦ୍ୱାରା ଗିରଫ ହୋଇଛି। ତେବେ କାଦ୍ରିକୁ ପଚରାଉଚୁରା କରିବା ସମୟରେ ସେ ସ୍ୱୀକାର କରିଛି ଯେ ଉକ୍ତ ଆକ୍ରମଣ ଜେଇଏମ୍‌ ପରିଚାଳନାରେ ହୋଇଥିଲା।

ସମ୍ବନ୍ଧିତ ଖବର